ରାଉରକେଲା : ଚଢ଼ାଉ ବେଳେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ।। ପାରଦର୍ଶିତା ବଜାୟ ରଖିବାକୁ ଦାବି।

0 642

ରାଉରକେଲା : ୨/୧୨(ସତ୍ୟା ନ୍ୟୁଜ) ଗତ ଦୁଇ ସପ୍ତାହ ହେଲା ସହରରେ ବିଭିନ୍ନ ହୋଟେଲ , ଫୁଡ଼ ଷ୍ଟଲ ମନଙ୍କରେ ଖାଦ୍ୟ ସୁରକ୍ଷା ଅଧିକାରୀ ମାନେ ଚଢ଼ାଉ କରୁଛନ୍ତି। ଖାଦ୍ୟର ଗୁଣାତ୍ମକ ମାନ ଯାଞ୍ଚ କରିବାକୁ ଏହି ପଦକ୍ଷେପକୁ ସହର ବାସୀ ସ୍ୱାଗତ ମଧ୍ୟ କରୁଛନ୍ତି। ଖାଦ୍ୟ ସୁରକ୍ଷା ବିଭାଗ ର ଏହି କାର୍ଯ୍ୟକୁ ସମସ୍ତେ ସହଯୋଗ ମଧ୍ୟ କରୁଛନ୍ତି। ଏବେ କିନ୍ତୁ ଖାଦ୍ୟ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୁଧବାର ଦିନ ଯୋଡ଼ା ପାଣି ଟାଙ୍କି ନିକଟରେ ଥିବା ଏକ ହୋଟେଲରେ ଖାଦ୍ୟ ସୁରକ୍ଷା ଅଧିକାରୀ ମାନେ ଚଢ଼ାଉ କରିଥିଲେ। ସେଠାରେ ଖାଉଥିବା ଲୋକଙ୍କୁ ବାହାରି ଯିବାକୁ ଖାଦ୍ୟ ଅଧିକାରୀ ମାନେ କହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାହକ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତେଜନା ବଢିବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିଲେ। ଏ ବାବଦରେ ଉଭୟ ହୋଟେଲ ମାଲିକ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ତରଫରୁ ରଘୁନାଥପାଲି ଥାନାରେ ଏତେଲା ଦିଆଯାଇଛି। ତେବେ ଖାଦ୍ୟ ପଦାର୍ଥର ମାନ ଯାଞ୍ଚ ଲାଗି ଚଢ଼ାଉ ବେଳେ ପାରଦର୍ଶିତା ବଜାୟ ରଖିବାକୁ ଦାବି ହେଉଛି।

Leave A Reply

Your email address will not be published.