ରାଉରକେଲା : ଅଙ୍ଗନବାଡି କର୍ମଚାରୀଙ୍କ ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।। ସରକାରୀ କର୍ମଚାରୀ କରିବା ସହ ଅନ୍ୟାନ୍ୟ ଦାବି ନେଇ ଧାରଣା।
ବିଭିନ୍ନ ଦାବି ନେଇ ଅଙ୍ଗନବାଡି ଲେଡିଜ କର୍ମଚାରୀ ସଂଘ ପକ୍ଷରୁ ରାଉରକେଲା ସହରାଞ୍ଚଳ ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ କରବା ଦାବି କରାଯାଇଛି। ଯେଉଁ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ହୋଇନାହାନ୍ତି ସେପର୍ଯ୍ୟନ୍ତ ୧୮ ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି। ଏହିଛଡ଼ା ୨୦୧୮ ମସିହା ଆନ୍ଦୋଳନ ସମୟରେ ଚାକିରୀରୁ ୬ ଜଣ ଅଙ୍ଗନବାଡି କର୍ମଚାରୀଙ୍କୁ ପୁନ୍ନ ନିଯୁକ୍ତି ଦାବି କରାଯାଇଛି। ରାଜ୍ୟର ୨୧ ତାରିଖରୁ ଏହି ସମସ୍ତ ଦାବି ନେଇ ଆନ୍ଦୋଳନ ଚାଲିଥିବା ବେଳେ ରାଉରକେଲାରେ ଧାରଣା ୨୫ ତାରିଖରୁ ଚାଲିଛି।