ରାଉରକେଲା : ୫୨୦ ନମ୍ବର ଜାତୀୟ ରାଜପଥରେ ବିନା ସୂଚନାରେ ଟୋଲ ଟିକସ ଆଦାୟ କୁ ବିରୋଧ।। ବିରୋଧ କଲେ ଟ୍ରକ ଏବଂ ଟିପର ମାଲିକ ସଙ୍ଘ।

0 231

ରାଉରକେଲା : ୨୯/୧୧(ସତ୍ୟା ନ୍ୟୁଜ) ରାଉରକେଲା- ରାଜାମୁଣ୍ଡା ୫୨୦ ନମ୍ବର ଜାତୀୟ ରାଜପଥରେ ଦାରଜିଙ୍ଗ ନିକଟରେ ଥିବା ଟୋଲ ଗେଟରେ ଟୋଲ ଟିକସ ନେବା ଆରମ୍ଭ ହୋଇଯାଇଛି। ମାତ୍ର ଏହି ଟିକସ ଆଦାୟ କୁ ବିରୋଧ କରିଛି ରାଉରକେଲା ଖଣି ଅଞ୍ଚଳ ଟ୍ରକ ଏବଂ ଟିପର ମାଲିକ ସଙ୍ଘ। ବିରୋଧ ସ୍ୱରୂପ ମଙ୍ଗଳବାର ଦିନ ୪ ଘଣ୍ଟା ଧରି ଟୋଲ ଟିକସ ଆଦାୟ ବନ୍ଦ କରି ଦେଇଥିଲେ ସଙ୍ଘ କର୍ମକର୍ତ୍ତା। ଏପର୍ଯ୍ୟନ୍ତ ରୋଡ଼ ଏବଂ ବ୍ରିଜ କାମ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ଟିକସ ଆଦାୟ ଯୁକ୍ତି ଯୁକ୍ତ ନୁହେଁ ବୋଲି ଦର୍ଶା ଯାଇଛି। ଟୋଲ ଗେଟ ୨୭ ତାରିଖରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏ ବାବଦରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ହୋଇନାହିଁ। ଟୋଲ ଟିକସ ଆଦାୟ ତଥା କାର୍ଯ୍ୟକ୍ଷମ ନେଇ କୌଣସି ସ୍ଥାନୀୟ ଗଣ ମାଧ୍ୟମକୁ ମଧ୍ୟ ସୂଚନା ଦିଆଯାଇନାହିଁ। ଜାତୀୟ ରାଜପଥ ନିୟମ ଅନୁଯାୟୀ ସ୍ଥାନୀୟ ଗାଡିକୁ ଟୋଲ ଟିକସ ରେଟ ରେ ଯେଉଁ ରିହାତି ଦିଆଯିବା କଥା ତାହା ଦିଆଯାଇନଥିବା ଅଭିଯୋଗ ହୋଇଛି।
ଏ ବାବଦରେ ଜାତୀୟ ରାଜପଥ ଅଧିକାରୀ ଏବଂ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇ ସମାଧାନ ର ପନ୍ଥା ବାହାର କରିବାକୁ ନିର୍ଣ୍ଣୟ ନିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଏହି ଆଲୋଚନାରେ ରାଉରକେଲା ଖଣି ଅଞ୍ଚଳ ଟ୍ରକ ଟିପର ମାଲିକ ସଂଘର କର୍ମକର୍ତ୍ତା ବିଶ୍ୱ ରଞ୍ଜନ ବେଉରିଆ , ଦିଲ୍ଲୀପ ମହାନ୍ତି , ଶିବ ବିଶୋଇ , ନିତିନ ଜୟସ୍ୱଲ , ତସଲିମ , ପପୁ ସ୍ୱାଇଁ , ନିରଞ୍ଜନ ମିଶ୍ର ଙ୍କ ସମେତ ଟେନସା , କୋଇଡା , ବଣାଇ , ଲହୁଣୀପଡା , କଲେଇପୋଷ , ରାଜାମୁଣ୍ଡା , ରାଜଗାଙ୍ଗପୁର , ବେଦବ୍ୟାସ ଆଦି ଟ୍ରକ ଏବଂ ଟ୍ରେଲର ସଙ୍ଘ ର ସଦସ୍ୟ ମାନେ ଭାଗ ନେଇଥିଲେ।

Leave A Reply

Your email address will not be published.