ସୁନ୍ଦରଗଡ : ବଣାଇ ଫରେଷ୍ଟ ରେଞ୍ଜରେ ଦୁଇଟି ଦନ୍ତା ହାତୀ ଉପଦ୍ରବ ଜାରି।। ସ୍ଥାୟୀ ପ୍ରତିକାର ଲାଗି ଗ୍ରାମବାସୀଙ୍କ ଦାବି।
ବଣାଇ : ୨୯/୧୧(ସତ୍ୟା ନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜରେ ଚାରି ଦିନ ହେଲା ଦୁଇଟି ଗୋଠ ଛଡା ଦନ୍ତା ହାତୀ ଉପଦ୍ରବ ଜାରି ରଖିଛନ୍ତି। ଏହି ରେଞ୍ଜର ତଳିତା ସେକ୍ସନ ଏବଂ ଧରଣୀ ଧର ପାଲି ସେକ୍ସନ ରେ ଦନ୍ତା ଦୁଇଟି ବହୁ ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଦିନରେ ଦନ୍ତା ଦୁଇଟି ଜଙ୍ଗଲ ରେ ରହୁଥିବା ବେଳେ ରାତିରେ ବାହାରି, ନୂଆପାଲି, ସିଂକୁଳାଗୁଡା, ବାଘା ପାଲି, ତଳିତା , ଟେଲିଡ଼ିହି, କେଲ, ପ୍ରଭୁତି ଅଞ୍ଚଳରେ ଧାନ ଫସଲ,ପନିପରିବା ନଷ୍ଟ କରୁଛନ୍ତି। ଗାଁ ରେ ପଶି ରାତିରେ ଘରଦ୍ୱାର ଭାଙ୍ଗି ଦେଉଥିବାରୁ ଲୋକମାନେ ଆତଙ୍କିତ ଅଛନ୍ତି। ହାତୀଙ୍କୁ ବନ ବିଭାଗ ଅନ୍ୟ ଜଙ୍ଗଲ କୁ ଘଉଡାଇ ଦେଉଥିବା ବେଳେ ଭୋରୁ ପୁଣି ଗାଁ ନିକଟକୁ ଫେରି ଆସୁଛନ୍ତି। ବନ ଅଧିକାରୀ , ରେଞ୍ଜର ଘର ଭାଙ୍ଗି ଯାଇଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି । କିନ୍ତୁ ସ୍ଥାୟୀ ପ୍ରତିକାର ସ୍ବରୂପ ହାତୀ ଦୁଇଟିକୁ ଅନ୍ୟତ୍ର ଘଉଡାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।