କେନ୍ଦୁଝର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଗୁଳି ମାଡ଼।। ଗୁଳିମାଡରେ ଦମ୍ପତି ମୃତ।। ପୋଲିସ ତଦନ୍ତ ଜାରି।

0 403

କେଉଁଝର : ୨୯/୧୧(ସତ୍ୟା ନ୍ୟୁଜ) ସାମାନ୍ୟ ବଚସା କୁ କେନ୍ଦ୍ର କରି ଦମ୍ପତିଙ୍କୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗାଁରେ ଘଟିଛି। ମୃତକ ହେଲେ ଲକ୍ଷ୍ମୀଧର ଆପଟ ଓ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟ। ତାଙ୍କର ପୁଅ ଅଳ୍ପକେ ଏହି ଗୁଳି ମାଡରୁ ବର୍ତ୍ତି ଯାଇଛନ୍ତି।
ଲସର୍ଦା ଗାଁରେ ଲକ୍ଷ୍ମୀଧରଙ୍କର ଏକ ଦୋକାନ ଅଛି। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ କିଛି ଦୁର୍ବୃତ୍ତ ପେଟ୍ରୋଲ୍ କିଣିବାକୁ ଲକ୍ଷ୍ମୀଧରଙ୍କ ଦୋକାନଙ୍କୁ ଆସିଥିଲେ। କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୁପ ଧାରଣ କରିଥିଲା। ପରେ ଦୁର୍ବୃତ୍ତମାନେ ଲକ୍ଷ୍ମୀଧର ଓ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ସେଠାରୁ ଚମ୍ପଟ ମାରିଥିଲେ।। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ଲକ୍ଷ୍ମୀଧର ଓ ତାଙ୍କ ସ୍ତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.