ରାଉରକେଲା : ଜୟ ତାରିଣୀ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ।। ଆସୁ ଟିମ ଚମ୍ପିୟାନ ଏବଂ ମାରୁତି ଟିମ ରନର୍ସଅପ।

0 269

ରାଉରକେଲା : ୨୮/୧୧(ସତ୍ୟା ନ୍ୟୁଜ) ରାଉରକେଲା ରେ ଜୟ ତାରିଣୀ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ସମୁଦାୟ ୧୬ ଟି ଟିମ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଆସୁ ୧୧ ଟିମ ଚମ୍ପିୟାନ ହୋଇଥିବା ବେଳେ ମାରୁତି ୧୧ ଟିମ ରନର୍ସ ଅପ ଟ୍ରଫି ହାସଲ କରିଥିଲେ। ମାରୁତି ଟିମ ୧୩୦ ରନ କରିଥିବା ବେଳେ ଆସୁ ଟିମ ୨୦୩ ରନ କରିଥିଲେ। ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବଂ ମ୍ୟାନ ଅଫ ଦି ମ୍ୟାଚ ଭାବେ ଶୁଭମ ରାଉତରାୟ ବିବେଚିତ ହୋଇଥିଲେ। ସେହିପରି ମ୍ୟାନ ଅଫ ଦି ସିରିଜ ଭାବେ ନିଳକଣ୍ଠ ଦାସ ବିବେଚିତ ହୋଇଥିଲେ। ମୃଦୁଲ ପାଣ୍ଡେ ଶ୍ରେଷ୍ଠ ବୋଲର ଭାବେ ବିବେଚିତ ହୋଇଥିଲେ। ଚମ୍ପିୟନ ଟିମ ଙ୍କୁ ୨୦ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅପ ଟିମଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅତିଥି ଭାବେ ସମାଜସେବୀ ଅମିତାଭ ସାମଲ , ମହେନ୍ଦ୍ର ମହାନ୍ତି , ରାଉରକେଲା ଇସ୍ପାତ କାରଖାନା ଅଧିକାରୀ ହୀରାଲାଲ ମହାପାତ୍ର , ସୁଶାନ୍ତ ପ୍ରଧାନ , ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ ତରାଇ , ୧୯ ନମ୍ବର ସେକ୍ଟର ଥାନା ଅଧିକାରୀ ମାନସ କୁମାର ବାରିକ ପ୍ରମୁଖ ଯୋଗ ଦେଇ ଖେଳାଳି।ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Leave A Reply

Your email address will not be published.