ରାଉରକେଲା : ୧୫ ଡିସେମ୍ବରରୁ ରାଉରକେଲା ଏୟାରପୋର୍ଟ ବିମାନ ଉଡାଣ ଲାଗି କାର୍ଯ୍ୟକ୍ଷମ ହେବ – କହିଲେ ଜୁଏଲ ଓରାମ।

0 1,064

‘ଡିସେମ୍ବର ୧୨ ତାରିଖରୁ ରାଉରକେଲା ଏଆରପୋର୍ଟରେ ବିମାନ ଉଡାଣ ର ଟ୍ରାୟାଲରନ ହେବ। ଏବଂ ୧୫ ତାରିଖରୁ ବିମାନ ସେବା ଚାଲୁ ହେବ।’ ଏହା କହିଛନ୍ତି ସୁନ୍ଦରଗଡ଼ ସାଂସଦ। ଆଜି ଜୁଏଲ ଉଭୟ ଏୟାରପୋର୍ଟ ଏବଂ ହକି ଷ୍ଟାଡିଅମ କାମର ଅନୁଧ୍ୟାନ କରିବାପରେ ଏହା କହିଛନ୍ତି।
ଆସନ୍ତା ଜାନୁଆରୀ ମାସରେ ହକି ବିଶ୍ୱକପ ଭୁବନେଶ୍ୱର ସହ ରାଉରକେଲା ରେ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ୧୩ ତରିଖରୁ ଏହି ମ୍ୟାଚ ଗୁଡିକ ଗୁଡିକ କଳିଙ୍ଗ ଷ୍ଟାଡିଅମ ସହ ରାଉରକେଲାର ନିର୍ମାଣଧୀନ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ରେ ହେବ। ଏଥିଲାଗି ଷ୍ଟାଡିଅମ ସହ ଏୟାରପୋର୍ଟ ର ସମ୍ପ୍ରସାରଣ କାମ ଆଗେଇ ଚାଲିଛି। ସୋମବାର ଦିନ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ରାଉରକେଲା ଗସ୍ତରେ ଆସି ଷ୍ଟାଡିଅମ ଏବଂ ଏୟାରପୋର୍ଟ କାମର ଅନୁଧ୍ୟାନ କରିଥିଲେ। ରାଉରକେଲା କୁ ନିୟମିତ ବିମାନ ଚଳାଚଳ କରିବ ବୋଲି ଜୁଏଲ କହିଥିଲେ।

Leave A Reply

Your email address will not be published.