ରାଉରକେଲା : କଂଗ୍ରସ ନେତା ତଥା ସମାଜ ସେବୀ ପ୍ରଶାନ୍ତ ସେଠୀଙ୍କ ‘ଆସ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରି।। ନୟା ବଜ଼ାର ନନ୍ଦପଡ଼ା ବସ୍ତି ଗସ୍ତ।

0 278

ରାଉରକେଲା : ୨୭/୧୧(ସତ୍ୟା ନ୍ୟୁଜ) କଂଗ୍ରେସ ନେତା ତଥା ସମାଜସେବୀ ପ୍ରଶାନ୍ତ ସେଠୀ ତାଙ୍କର ପ୍ରତ୍ୟେକ ରବିବାର ବିଭିନ୍ନ ବସ୍ତି କୁ ଯିବା ଅଭିଯାନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଶାନ୍ତ ନୟାବଜାର ସ୍ଥିତ ନନ୍ଦପଡା ବସ୍ତିରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ। ବସ୍ତି ସମସ୍ୟା ମଧ୍ୟରେ ବୃଦ୍ଧ ଓ ବୃଦ୍ଧାଙ୍କୁ ବିଭିନ୍ନ ଭତ୍ତା , ଗରିବ ଅସହାୟ ଙ୍କୁ ସରକାରୀ ଯୋଜନା ଭୁକ୍ତ କରାଇବା ଆଦି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ବସ୍ତି ର ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ସଠିକ୍ ହିତାଧିକାରୀ ଙ୍କୁ ରାସନ୍ କାର୍ଡ, ଶଯ୍ୟାଶାୟୀ ଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା, ପାଣି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ଆବଶ୍ୟକୀୟ ବ୍ଯାବସ୍ଥା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତଙ୍କ ସହ ସରୋଜ ନାୟକ, ବିଶ୍ବରଂଜନ ରାଉତ, ଜୟ ପ୍ରକାଶ ଦାସ, ଜିତେନ ମାଛଖଣ୍ଡ, ଅଶୋକ ଜେନା, ପ୍ରିୟା ଏକ୍କା ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.