ରାଉରକେଲା : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ୱେଷା ର ୮୩ ତମ ମାସିକ ଜନ୍ମ ଉତ୍ସବ ପାଳିତ।

0 261

ରାଉରକେଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ବେଷା ର ୮୩ ତମ ମାସିକ ଜନ୍ମ ଉତ୍ସବ ଆଶାଦୀପ ସ୍କୁଲ ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ର ପ୍ରତିଷ୍ଠାତା ମାଷ୍ଟର ରାଜ୍ ସ୍ୱାଗତ ଅଭିଭାଷଣ ରଖିଥିଲେ। ସାଧାରଣ ସମ୍ପାଦିକା ରଶ୍ମିତା ପଣ୍ଡା ମାସିକ ଜନ୍ମଦିନ ଉପରେ ଆଲୋଚନାରେ ଭାଗ ନେଇଥିଲ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ କମଲ ଅଗ୍ରୱାଲ, ଅନିତା ଅଗ୍ରୱାଲ, ଲିତାଞ୍ଜଳୀ ପତି କାର୍ଯ୍ୟକ୍ରମ ର ପ୍ରଶଂସା କରିବା ସହ ଅନ୍ତେବାସୀ ମାନଙ୍କୁ ସତମାର୍ଗ ରେ ଚାଲିବାକୁ ପରାମର୍ଶ ଦେଇଥିଲେ। ଏହି ପ୍ରକାର କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ସଦସ୍ୟ ମାନେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ବେଷା ପରିବାର ର ମୋହନ ପଟ୍ଟନାୟକ, କଲ୍ୟାଣୀ ଦାସ ପ୍ରମୂଖ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ |

Leave A Reply

Your email address will not be published.