ରାଉରକେଲା : ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳ ବୁଲି ଦେଖିଲେ ଭଞ୍ଜ ଭବନ ରେ ହେବାକୁ ଥିବା ‘ସରସ ମେଳା’ ସ୍ଥାନ।। ଅଗ୍ନି ନିରାପତ୍ତା , ଟ୍ରାଫିକ , ପାର୍କୀଙ୍ଗ ବ୍ୟବସ୍ଥା ଉପରେ ଗୁରୁତ୍ୱ।

0 284

ରାଉରକେଲା: ୨୭/୧୧(ସତ୍ୟା ନ୍ୟୁଜ)ରାଉରକେଲାର ଭଞ୍ଜ ଭବନ ପଡ଼ିଆଠାରେ ଜାନୁଆରି ୧୫ରୁ ୨୭ ତାରିଖ ଯାଏଁ ଆଞ୍ଚଳିକ ସରସ ମେଳା ଆୟୋଜନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ମେଳା ପଡ଼ିଆକୁ ଯାଇ ଏହାର ସ୍ଥିତି ତଦାରଖ କରିଛନ୍ତି।
ମେଳା ସମୟରେ ଅଗ୍ନି ନିରାପତ୍ତା, ପାର୍କିଂ ଏବଂ ଟ୍ରାଫିକର ସୁପରିଚାଳନା ବିଷୟରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସମୀକ୍ଷା ବେଳେ ରାଉରକେଲା ତହସିଲଦାର, ସୁନ୍ଦରଗଡ଼ ଡେପୁଟି କଲେକ୍ଟର, ଜିଲ୍ଲା ସଂସ୍କୃତି ଅଧିକାରୀ, ଓରମାସ ଡେପୁଟି ସିଇଓଙ୍କ ସହିତ ପୋଲିସ, ଟ୍ରାଫିକ ଏବଂ ଅଗ୍ନିଶମ ବାହିନୀର ଅଧିକାରୀ ଉପସ୍ଥିତ ଥିଲେ।
ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨୫୦ରୁ ଉର୍ଦ୍ଧ୍ବ ଷ୍ଟଲ ଲଗାଯିବା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.