ବଣାଇ : ୨୭/୧୧(ସତ୍ୟା ନ୍ୟୁଜ)ପ୍ରତିଦିନ ସଡକ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନ ଚାଲି ଯାଉଛି।ସଡକ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଇବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି।ସୁନ୍ଦରଗଡ ଜିଲ୍ଲା ବଣାଇଁ ପୋଲିସ ପକ୍ଷରୁ ଏକ ଭିନ୍ନ ଧରଣର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା।ବଣାଇ ଟାଉନ ବିଭିନ୍ନ ରାସ୍ତାରେ କଳାକାର ଯମରାଜ ଏବଂ ଚିତ୍ରଗୁପ୍ତ ବେଶରେ ଲୋକମାନଙ୍କୁ ସଡକ ସୁରକ୍ଷା ଉପରେ ସଚେତନ କରାଇଥିଲେ। ବାଇକ ଚଳାଇବା ବେଳେ ହେଲମେଟ ପିନ୍ଧିବା , କାର ଚଳାଇବା ବେଳେ ସିଟ ବେଲ୍ଟ ପିନ୍ଧିବା ଉପରେ ଲୋକଙ୍କୁ ବୁଝାଇଥିଲେ। ଯେଉଁମାନେ ହେଲମେଟ ପିନ୍ଧିଥିଲେ ଏବଂ ସିଟ ବେଲ୍ଟ ବାନ୍ଧି ଥିଲେ ସେମାନଙ୍କୁ ଗୋଲାପ ଫୁଲ , ପୁଷ୍ପଗୁଚ୍ଛ ଏବଂ ଚକଲେଟ ଦେଇ ସ୍ୱାଗତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଣାଇଁ ଥାନା ଅଧିକାରୀ ରଞ୍ଜନ କୁମାର ନାୟକଙ୍କ ସମେତ ଅନ୍ୟ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ।