ସୁନ୍ଦରଗଡ : ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ।

0 240

ସୁନ୍ଦରଗଡ଼: ୨୬/୧୧(ସତ୍ୟା ନ୍ୟୁଜ) ଆଜି ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ସ୍ଥାୟୀ ଲୋକ ଅଦାଲତ ର ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ର ଗଠନ ଉପରେ ପ୍ରାଞ୍ଜଳ ଭାବେ ଉପସ୍ଥାପନା କରିବା ସହିତ ପ୍ରସ୍ତାବନା ସମ୍ପର୍କରେ ଆଲୋଚନା କରିଥିଲେ I ସେହିପରି ସମ୍ବିଧାନ ର ଅନୁଚ୍ଛେଦ 21 ସମ୍ପର୍କରେ ମଧ୍ଯ ବର୍ଣ୍ଣନା କରିଥିଲେ I
ଅନ୍ୟତମ ଅତିଥି ପୋସ୍କୋ ଜଜ ଶ୍ରୀ ମହେନ୍ଦ୍ର ସୂତ୍ରଧାର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଆମ ଦେଶ ହେଉଛି ଶାନ୍ତି ପ୍ରିୟ ଦେଶ ତଥା ଆଇନ୍ କୁ ମାନ୍ୟ କରି ଚାଲୁଥିବା ଦେଶ I ଏଠାକାର ଜନସାଧାରଣ ଙ୍କର ସମ୍ବିଧାନ ପ୍ରତି ସମ୍ମାନ ରହିଛି I ଆମେ ସମସ୍ତେ ସମ୍ବିଧାନ କୁ ଜାଣିବା ଆବଶ୍ୟକ I ନିଜର ମୌଳିକ ଅଧିକାର ସମ୍ପର୍କରେ ଅବଗତ ହେବା ସହିତ ନିଜର କର୍ତ୍ତବ୍ୟ କୁ ମଧ୍ୟ ବୁଝି ପ୍ରତ୍ଯେକ ନାଗରିକ ତାହାକୁ ସୂଚାରୁ ରୂପେ ପାଳନ କରିବା ଦରକାର I ଏହା ଦ୍ଵାରା ହିଁ ଆମେ ନିଜକୁ ସାହାଯ୍ଯ କରିବା ସହିତ ଅନ୍ୟ ମାନଙ୍କୁ ସାହାଯ୍ୟ ସହଯୋଗ କରିପାରିବା I
ଏ. ଡି. ଜେ ଶ୍ରୀ ରାଜେଶ ଦାସ ସାକ୍ଷୀ ସୁରକ୍ଷା ଯୋଜନା ଉପରେ ଆଲୋଚନା କରିବା ସହିତ ସମ୍ବିଧାନ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ I ଭିଜିଲାନ୍ସ ଜଜ ଶ୍ରୀମତୀ ରାଜଲକ୍ଷ୍ମୀ ପଟ୍ଟନାୟକ ସମ୍ବିଧାନ ର ମହତ୍ତ୍ୱ ସମ୍ପର୍କରେ କହିବା ସହିତ ପ୍ରତ୍ଯେକ ନିଜ ଦୈନନ୍ଦିନ ଜୀବନରେ ଏହାର ଉପଯୋଗ କରିବା ଆବଶ୍ୟକ ବୋଲି କହିଥିଲେ I

ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ର ସଚିବ ଶ୍ରୀମତୀ ଶୁଭଶ୍ରୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ରେଜିଷ୍ଟ୍ରାର ଶ୍ରୀ ଦିଲ୍ଲୀପ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ I ବରିଷ୍ଠ ସିଭିଲ ଜଜ ସୁଜାତା ସ୍ଵାଇଁ , ଭାରପ୍ରାପ୍ତ ଏସ୍.ଡି. ଜି.ଏମ୍ ଶ୍ରୀ ନିତ୍ୟାନନ୍ଦ ଚୌବେ , ବିଚାର୍ ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀୟ ଶ୍ରୀ ଚିନ୍ମୟ ଦାସ, ଡି .ଏସ୍. ପି (ମାନବାଧିକାର) ଅମୃତା ନନ୍ଦିନୀ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, କୋର୍ଟ କର୍ମଚାରୀ, ପୁଲିସ ଅଧିକାରୀ ତଥା କର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ I

Leave A Reply

Your email address will not be published.