ରାଉରକେଲା : ୧୦ ନମ୍ବର ରାଜ୍ୟ ରାଜପଥ ଓଭର ବ୍ରିଜ ତଳୁ ଯୁବକଙ୍କ ଶବ ଉଦ୍ଧାର।। ହତ୍ୟା ସନ୍ଦେହ କଲେ ପରିବାର ବର୍ଗ।

0 3,059

ରାଉରକେଲା ନିକଟ ମାଣ୍ଡିଆକୁଦାର ନିକଟ ୧୦ ନମ୍ବର ରାଜ୍ୟ ରାଜପଥର ବ୍ରିଜ ତଳୁ ଜଣେ ଯୁବକଙ୍କ ମୃତ ଶରୀର ଉଦ୍ଧାର ହୋଇଛି। ମୃତକ ରାଜଗାଙ୍ଗପୁର ରିତୁ ବାରୁଆ ବୋଲି ଜଣା ପଡ଼ିଛି। ଓଭର ବ୍ରିଜ ତଳେ ଥିବା ଏକ କଲଭର୍ଟ ନିକଟ ପାଣି ରେ ରିତୁ ଙ୍କ ଶବ ନିକଟରେ ତାଙ୍କ ବାଇକ ମଧ୍ୟ ପଡିଥିଲା। ସୂଚନା ପାଇ ରାଜପଥ ପେଟ୍ରୋଲିଂ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି କାଂଶବାହାଲ ଫାଣ୍ଡି କୁ ଖବର ଦେଇଥିଲେ। ରିତୁ ର ପରିବାର ଲୋକେ ହତ୍ୟା ସନ୍ଦେହ କରୁଥିବା ବେଳେ ପୋଲିସ ଅନୁସନ୍ଧାନ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ରିତୁ କେତେ ଜଣ ସାଙ୍ଗଙ୍କ ସହ ଘରୁ ଭୋଜି କରିବାକୁ ବାହାରିଥିଲେ ବୋଲି ପରିବାର ଲୋକ କହିଛନ୍ତି। ରାଜଗାଙ୍ଗପୁର ପୋଲିସ ଏବେ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.