ରାଉରକେଲା : ମହତାବ ରୋଡ଼ରେ ବେପରୁଆ ଟ୍ରକ ଡ୍ରାଇଭରଙ୍କ ଆତଙ୍କ।। ହକି ଛକରୁ ଆନନ୍ଦ ଭବନ ଲେନ ମଧ୍ୟରେ ୮ ଜଣ ଆହତ।

0 1,016

ରାଉରକେଲା : ୨୫/୧୧(ସତ୍ୟା ନିୟୁଜ) ଏକ ଦ୍ରୁତଗାମୀ ଟ୍ରକ ଶୁକ୍ରବାର ଦିନ ମହତାବ ରୋଡ଼ ରେ ଆତଙ୍କ ଖେଳାଇ ଦେଇଥିଲା। ଏହି ଟ୍ରକ ଟି ହକି ଛକ ନିକଟରୁ ଖୁବ ଦ୍ରୁତ ବେଗରେ ଯାଉଥିବା ବେଳେ କେ ଟି ଏଚ ହସପିଟାଲ ନିକଟରେ ଦୁଇ ଜଣଙ୍କୁ ଧକ୍କା ମାରିଥିଲା। ଦୁଇ ବାଇକ ଆରୋହି ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିଲେ। ଏହାପରେ କିଛି ଦୂରରେ ପୁଣି ଜଣେ ଏହି ଟ୍ରକ ତଳେ ଆସୁ ଆସୁ ବର୍ତ୍ତି ଯାଇଥିଲେ। ଏ ବାବଦରେ ହନୁମାନ ବାଟିକା ନିକଟରେ ଡ୍ୟୁଟି ଥିବା ପୋଲିସ ଜାଣିବା ପରେ ଟ୍ରକ କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଟ୍ରକଟି ନରହି ଦ୍ରୁତ ଗତିରେ ମହାନଗର ନିଗମ କାର୍ଯ୍ୟାଳୟ ଏବଂ ମୁନିସିପାଲ କଲେଜ ରାସ୍ତା ଦେଇ ଚାଲି ଯାଇଥିଲା। ଶେଷରେ ଆନନ୍ଦ ଭବନ ଲେନ ନିକଟ ମହତାବ ରୋଡ଼ ରେ ଲୋକମାନେ କୌଶଳ କ୍ରମେ ଟ୍ରକକୁ ଅଟକାଇବାରେ ସଫଳ ହୋଇଥିଲେ। ଏହା ମଧ୍ୟରେ ଆଉ ତିନି ଜଣ ଏହି ଟ୍ରକ ଧକ୍କାରେ ଆହତ ହୋଇଥିଲେ। ଉତ୍ତେଜିତ ଲୋକ ମାନେ ଟ୍ରକ ଡ୍ରାଇଭର ଏବଂ ଖଲାସୀଙ୍କୁ ନିର୍ଧୂମ ଛେଚିଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ଟ୍ରକ କୁ ଥାନାକୁ ନେଇ ଯାଇଥିଲେ। ମଦ୍ୟ ପାନ କରି ମାତାଲ ଥିବା ଉଭୟ ଡ୍ରାଇଭର ଖଲାସୀ ଙ୍କୁ ଥାନାରେ ଅଟକ ରଖାଯାଇଛି।

Leave A Reply

Your email address will not be published.