କେନ୍ଦ୍ରାପଡା : ବାଣ ବିସ୍ପୋରଣ ଘଟଣାରେ ୩୩ ଜଣ କଟକ ଏସସିବି ରେ ଭର୍ତ୍ତି।। ଗୁରୁତର ୯ ଜଣଙ୍କୁ ଆଇସିୟୁ ରେ ଭର୍ତ୍ତି କରାଗଲା।

0 360

କେନ୍ଦ୍ରାପଡା : ୨୩/୧୧(ସତ୍ୟା ନିୟୁଜ)
କେନ୍ଦ୍ରାପଡା ସଦର ଥାନା ଅଞ୍ଚଳର ବାଲିଆ ବଜ଼ାର ନିକଟରେ ବୁଧବାର ରାତିରେ ଘଟିଥିବା ବାଣ ବିସ୍ପୋରଣ ଘଟଣାରେ ଆହତଙ୍କ ସଂଖ୍ୟା ୪୦ ରେ ପହଞ୍ଚିଛି। ୩୩ ଜଣ କଟକ ଏସ ସି ବି ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ୬ ଜଣ କେନ୍ଦ୍ରାପଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ କେତେଜଣ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟଯେ କାର୍ତ୍ତିକେଶ୍ୱରଙ୍କ ଭଷାଣି ଉତ୍ସଵ ଚାଲିଥିବା ବେଳେ ବୁଧବାର ରାତିରେ ଏହି ବିସ୍ପୋରଣ ହୋଇଥିଲା। ଶୋଭାଯାତ୍ରାରେ ବାଣ ପ୍ରତିଯୋଗିତା ହେଉଥିଲା। ବାଣ ଫୁଟା ଯାଉଥିବା ବେଳେ ଗୋଟିଏ ବାଣ ଆକାଶ କୁ ନଯାଇ ବାଣ ରଖାଯାଇଥିବା ଗଦା ରେ ପଡି ଯାଇଥିଲା। ଯାହା ଫଳରେ ଏହି ବିସ୍ପୋରଣ ହୋଇଥିବା କୁହାଯାଉଛି। ବିସ୍ପୋରଣ ପରେ ପାଖରେ ଥିବା ଲୋକମାନେ ଆହତ ହୋଇଥିଲେ। ଆହତ ମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଏହି ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.