ବଣାଇ : ବଣାଇ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ସର୍ବଦଳୀୟ ସଭା।। ଦବୀ ପୂରଣ ନହେଲେ ତୀବ୍ର ଆନ୍ଦୋଳନର ଚେତାବନୀ।

0 331

ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଉଠୁଛି ଜିଲ୍ଲା ଦାବି। ପଦମପୁର , ଟିଟିଲାଗଡ଼ ପରେ ଏବେ ବଣାଇ ବାସୀ ଦାବି କରୁଛନ୍ତି ଜିଲ୍ଲାର ମାନ୍ୟତା। ଯୁକ୍ତି ହେଲାଯେ ଏବେକାର ଜିଲ୍ଲା ହେଡ କ୍ୱାର୍ଟର ସୁନ୍ଦରଗଡ଼ ୨୦୦ କିଲୋମିଟର ଦୁରରେ। କୋୖଣସି କାମ କରିବାକୁ ହେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପୂର୍ବରୁ ମଧ୍ୟ ବଣାଇ ଜିଲ୍ଲା ଦାବିରେ ବହୁ ଆନ୍ଦୋଳନ ହୋଇଛି। ଆଜି ବଣାଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସର୍ବଦଳୀୟ ସଭା କରାଯାଇ ବଣାଇ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ଦାବି କରାଯାଇଛି। କେନ୍ଦ୍ରିକଳା ସରପଞ୍ଚ ଉଗ୍ରେସନ କିସାନ ଙ୍କ ଆହ୍ବାନ କ୍ରମେ ରାଜା ଧରଣିଧର ବହୁମୁଖୀ ଖେଳ ପଡ଼ିଆରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବଣାଇ ରାଜା ବୀର କିଶୋର ଇନ୍ଦ୍ରଦେଓ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ବୈଠକରେ ବଣାଇ ଉପଖଣ୍ଡର ଚାରୋଟି ବ୍ଳକର ଶତାଧିକ ଲୋକ , ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା, ସାଧାରଣ ଲୋକ ଯୋଗ ଦେଇ ନିଜ ନିଜ ମତ ପ୍ରଦାନ କରିଥିଲେ।

Leave A Reply

Your email address will not be published.