ରାଉରକେଲା : ୨୩/୧୧(ସତ୍ୟା ନିୟୁଜ)
ସହରରେ ବାଇକ ଲୁଟେରାଙ୍କ ଆତଙ୍କ ଜାରି ରହିଛି। କିଛିଦିନ ପୁର୍ବରୁ ବାଇକ ଲୁଟେରାଙ୍କ ଦୁଇଟି ଲୁଟ ଘଟଣାର ପର୍ଦ୍ଦାଫାସ ହୋଇନଥିବା ବେଳେ ବୁଧବାର ସନ୍ଧ୍ୟାରେ ବାସନ୍ତୀ କଲୋନୀରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଘଟଣା ଚିନ୍ତା ବଢ଼ାଇ ଦେଇଛି।
ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ବାସନ୍ତୀ କଲୋନୀ ଏ ଏମ୍ ୫୬ ରହୁଥିବା ରୋଶନି ମାଝୀ ତାଙ୍କ ସମ୍ପର୍କୀୟାଙ୍କ ସହ ବଜ଼ାରରୁ ଫେରିବା ବେଳେ ଏହି ଘଟଣା ଘଟିଥିଲା। ସେ ଆସୁଥିବା ବେଳେ ତାଙ୍କ ଘର ନିକଟ ରାସ୍ତାରେ ଜଣେ ଦ୍ରୁବୃତ୍ତ ବେକରୁ ସୁନା ଚେନ ଲୁଟି ନେଇଥିଲା। ସେ ବିରୋଧ କରିବାରୁ ଦ୍ରୁବୃତ୍ତ ଜଣଙ୍କ ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ଲୁଟେରା ଜଣକ କିଛି ଦୂରରେ ବାଇକ ରେ ଅପେକ୍ଷାରେ ଥିବା ତାର ସହଯୋଗୀ ସହ ପଳାଇ ଯାଇଥିଲା। ମହିଳାଙ୍କ ଚିତ୍କାର ଶୁଣି ପାଖ ପଡିଶା ଏକାଠି ହୋଇ ଯାଇଥିଲେ। ଉଦିତନଗର ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଧରା ପଡି ନାହାନ୍ତି।