ରାଉରକେଲା : ରାଜୀବଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ୪ ଅଟକ।। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା।

0 634

ରାଉରକେଲାରେ ଯୁବକଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପ୍ଲାଣ୍ଟସାଇଟ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ର ଜବତ କରାଯାଇଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟଯେ ମଙ୍ଗଳବାର ରାତିରେ ରାଜୀବ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ରାଜୀବ ଡିଲକ୍ସ ହୋଟେଲ ଗଳିରେ ଯାଉଥିବା ବେଳେ ଚାରି ପାଞ୍ଚ ଜଣ ଯୁବକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ରଜୀବ ଙ୍କୁ ତୁରନ୍ତ ରାଉରକେଲା ସରକାରୀ ହସପିଟାଲ ନିଆଯାଇଥିଲା ଏବଂ ପରେ ଆଇଜିଏଚ ସ୍ଥାନାନ୍ତର କରାଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ପ୍ଲାଣ୍ଟସାଇଟ ପୋଲିସ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.