ରାଉରକେଲା : ଆର ଏମ୍ ସି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ରେଷ୍ଟୁରାଣ୍ଟ ଏବଂ ଫୁଡ଼ ଷ୍ଟଲ ରେ ଚଢ଼ାଉ।। ଖାଦ୍ୟର ମାନ ଯାଞ୍ଚ ସହ ଜରିମାନା।।

0 255

ରାଉରକେଲା ମହାନଗର ନିଗମ ପକ୍ଷରୁ ଏବେ ସହରର ବିଭିନ୍ନ ଅଞ୍ଚଳରେ ଥିବା ଫୁଡ଼ ଷ୍ଟଲ ଏବଂ ରେଷ୍ଟୁରାଣ୍ଟରେ ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ଏହା ସହ ପଲିଥିନର କେରି ବ୍ୟାଗ ବ୍ୟବହାର କରୁଥିବା ବ୍ୟବସୟୀଙ୍କ ଉପର କାର୍ଯ୍ୟାନୁଷ୍ଠାନ କରାଯିବା ସହ ସଚେତନ ମଧ୍ୟ କରାଯାଉଛି।
ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ସହରର ଚାରି ନମ୍ବର ସେକ୍ଟର , କୋଏଲନଗର ଫୁଡ଼ କୋର୍ଟ, ଏନ ଏ ସି ମାର୍କେଟ, ଜଗଦା ଅଞ୍ଚଳରେ ଚଢ଼ାଉ କରିଥିଲେ। ବିଭିନ୍ନ ରେଷ୍ଟୁରାଣ୍ଟ ତଥା ଫୁଡ଼ କୋର୍ଟ ରେ ସ୍ୱଚ୍ଛତା ଅବଲମ୍ବନ କରୁ ନଥିବାରୁ ଜରିମାନା ମଧ୍ୟ କରିଥିଲେ। ଏହାଛଡା ଏନଫୋର୍ସମେଣ୍ଟ ଟିମ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ରେ ଯାଞ୍ଚ କରି ବ୍ୟାନ କରାଯାଇଥିବା ପଲିଥିନ ଜବତ କରିଥିଲେ। ନିଷେଧ କରାଯାଇଥିବା ପଲିଥିନ ବ୍ୟବହାର ନକରିବାକୁ ସଚେତନ ମଧ୍ୟ କରାଯାଇଥିଲା । ଖାଦ୍ୟର ମାନ ଠିକ ରଖିବାକୁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଫୁଡ଼ ଷ୍ଟଲ ଏବଂ ରେଷ୍ଟୁରାଣ୍ଟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ପ୍ରକାର ଚଢ଼ାଉ ଜାରି ରହିବ ବୋଲି ଆର ଏମ୍ ସି ତରଫରୁ କୁହାଯାଇଛି।

Leave A Reply

Your email address will not be published.