ସୁନ୍ଦରଗଡ଼୨୨/୧୧(ସତ୍ୟା ନିୟୁଜ) ସମନ୍ଵିତ ଡ୍ରାଫ୍ଟ ଇଲେକ୍ଟୋରାଲ ରୋଲ ସମ୍ପର୍କରେ ଆଜି ରାଜନୈତିକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୂତନ ଭୋଟର ଙ୍କ ନାମ ପଞ୍ଜୀକରଣ ତଥା ଭୋଟର ତାଲିକାରେ କୌଣସି ପରିବର୍ତ୍ତନ, ତାଲିକାରେ ସଂଶୋଧନ, ଆଧାର ସଂଯୋଗୀକରଣ, ଭୋଟର ହେଲ୍ପଲାଇନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା I ଚଳିତ ମାସ ପ୍ରକାଶିତ ହୋଇଥିବା ଡ୍ରାଫ୍ଟ ଇଲେକ୍ଟୋରାଲ ରୋଲ୍ ରେ କୌଣସି ଆପତ୍ତି ଅଭିଯୋଗ ରହିଥିଲେ ଜନସାଧାରଣ ଡିସେମ୍ବର ମାସ 12 ମଧ୍ୟରେ ଉପ -ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପସ୍ଥାପନ କରି ପାରିବେ I ସେହିପରି ଆସିଥିବା ସମସ୍ତ ଆପତ୍ତି ଅଭିଯୋଗର ବିଚାର ଡିସେମ୍ବର 26 ତାରିଖ ଦିନ କରାଯିବା ନେଇ ବୈଠକରେ ସୁଚନା ଦିଆଯାଇଥିଲା I
ବୈଠକରେ ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀ ସୁନୀଲ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ବିଭିନ୍ନ ରାଜନୈତିକ ଦଳ ରୁ ଆସିଥିବା ପ୍ରତିନିଧି ମଧ୍ୟରୁ ଶ୍ରୀ ଜୟ ନାରାୟଣ ତ୍ରିପାଠୀ, ଶ୍ରୀ ଅଜିତ ପ୍ରସାଦ, ଉମା ସଙ୍କର ପଟେଲ, ସୁନୀଲ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ କରିଥିଲେ I