ରାଉରକେଲା : ଛେଣ୍ଡ କଲୋନୀ ରେ ସେକ୍ସ ରାକେଟ ଠାବ।। ୫ ଯୁବତୀ ଉଦ୍ଧାର।। ଜଣେ ଅଟକ।

0 2,253

ରାଉରକେଲା: ୨୨/୧୧(ସତ୍ୟା ନିୟୁଜ)
ମଙ୍ଗଳବାର ଅପରାହ୍ନରେ ରାଉରକେଲା ପୋଲିସ ର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କଲେ ଛେଣ୍ଡ କଲୋନୀରେ। ସାଙ୍ଗରେ ଥିଲେ ମହିଳା ପୋଲିସ। ଖବର ଥିଲା ଛେଣ୍ଡ କଲୋନୀର ଇ ସିଆ ର ବ୍ଲକର ଏକ ଘରେ ସେକ୍ସ ରାକେଟ ଚାଲିଛି। ଚଢ଼ାଉ ରେ ପୋଲିସ ଏକ ଘରୁ ୫ ଜଣ ମହିଳାଙ୍କୁ ଉଦ୍ଧାର କଲେ। ସେମାନଙ୍କ ସହ ଜଣେ ଯୁବକ ମଧ୍ୟ ଥିଲେ। ମହିଳା ମାନଙ୍କ ମଧ୍ୟରୁ ୨ ଜଣ ବଙ୍ଗୀୟ ମହିଳା ହୋଇଥିବା ବେଳେ ଅନ୍ୟ ମାନେ ରାଉରକେଲା ସେକ୍ଟର ଅଞ୍ଚଳର ବୋଲି ଜଣା ପଡ଼ିଛି। ରାଜ୍ୟ ବାହାରୁ ଯୁବତୀ ମାନଙ୍କୁ ଆଣି ଏହି ଘରେ ରଖାଯାଇ ସହରରେ ସେକ୍ସ ରାକେଟ ଚଳା ଯାଉଥିବା ସନ୍ଦେହ କରାଯାଉଛି। ଏ ବାବଦରେ ଛେଣ୍ଡ ଥାନା ପୋଲିସର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.