ସୁନ୍ଦରଗଡ : ଶତାୟୁ ମହିଳାଙ୍କ ଅନ୍ତିମ ଯାତ୍ରାରେ ଡିଜେ ବାଜା ବଜାଇ , ନାଚ କରି ବିଦାୟ ଦିଆଗଲା।। କୁତ୍ରା ବ୍ଲକ ପଞ୍ଚରା ଗ୍ରାମର ଏକ ଭିନ୍ନ ପରମ୍ପରା।
ସୁନ୍ଦରଗଡ଼:(ସତ୍ୟା ନିୟୁଜ)୨୨/୧୧ ଡିଜେ ବାଜୁଥିଲା। ଡିଜେ ର ତାଳେତାଳେ ନାଚୁଥିଲେ ଲୋକମାନେ । ବାଜା ବଜାଇ ନାଚ କରି ଶୋଭଯାତ୍ରାରେ ଯିବାତ ଏକ ସାଧାରଣ ଘଟଣା। ତେବେ ଏହି ଡିଜେ ନାଚ ଏକ ଭିନ୍ନ ଶୋଭାଯାତ୍ରାର ଅଂଶବିଶେଷ। ଜଣେ ଶତାୟୁ ମହିଳାଙ୍କ ଶବ ଯାତ୍ରା ରେ ବାଜୁଥିଲା ଏହି ଡିଜେ। ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡା ଠାରେ ଆଜି ଏହି ଭିନ୍ନ ପରମ୍ପରାର ଶବ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା । ଘଟଣା ଅନୁସାରେ ପଞ୍ଚରା ଗ୍ରାମର ମାଙ୍ଗରୀ ସୁରିନ ନାମକ ଏକ ବୃଦ୍ଧା ମହିଳା (୧୧୫) ବର୍ଷ ବୟସରେ ଗତରାତିରେ ଶେଷନିଶ୍ୱାସ ତ୍ଯାଗ କରିଥିଲେ । ତେବେ ସେ ୧୧୫ ବର୍ଷ ବଞ୍ଚି ଥିବା କାରଣରୁ ସାଇଭାଇ ଶୋକ ତ୍ଯାଗ କରି ମହିଳାଙ୍କ ଏ ପ୍ରକାର ଶେଷଯାତ୍ରା ର ଆୟୋଜନ କରିଥିଲେ। ତାଙ୍କ ଅନ୍ତିମ ଯାତ୍ରାରେ ଏକ ଭିନ୍ନ ଢଙ୍ଗରେ ଗାଡିରେ ଡିଜେ ବାଜା ବଜାଇ ନାଚି ନାଚି ତାଙ୍କୁ ଶେଷ ବିଦାୟ ଦିଆ ଯାଇଥିଲା। ଅବଶ୍ୟ ଅତ୍ୟଧିକ ବାର୍ଦ୍ଧକ୍ଯ କାରଣରୁ ସେ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ ।