ବଣେଇ : ବାକେୟା ଦରମା ଦାବିରେ ଏନ୍ ଜି ଓ କାର୍ଯ୍ୟାଳୟରେ ତାଲା ପକାଇଲେ କର୍ମଚାରୀ।। କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ।

0 334

ବଣେଇ : (ସତ୍ୟା ନିୟୁଜ)୨୨/୧୧ ବାକେୟା ଦରମା ନମିଳିବାରୁ ଏନ୍ ଜି ଓ ଅଫିସ ରେ ତାଲା ପକାଇଲେ କର୍ମଚାରୀ। ତାଲା ପକାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଲହୁଣୀପଡା ବ୍ଲକର ଖୁଣ୍ଟଗାଁ ପଞ୍ଚାୟତରେ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ର ଏହି ପଞ୍ଚାୟତରେ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା ଅଛି। ପାଉଡ଼ି ଭୂୟାଁଙ୍କ ଉନ୍ନତି ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଇ ଥାଏ। ଏପରି ଓପିଲିପି ପ୍ରକଳ୍ପ ରେ ସୌରଭ ନାମକ ଏକ ଏନ୍ ଜି ଓ କାମ କରୁଥିଲେ। ମାତ୍ର ସେ ତାଙ୍କର ୪୦ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ୪ ମାସ ହେଲା ଦରମା ଦେଇ ନଥିବା ଅଭିଯୋଗ ହୋଇଛି। ଏ ବାବଦରେ କର୍ମଚାରୀ ମାନେ ବାରମ୍ବାର ଉଚ୍ଚ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ। ଫଳରେ ବାଧ୍ୟ ହୋଇ ଏନ୍ ଜି ଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା କର୍ମଚାରୀ ମାନେ କହିଛନ୍ତି।

Leave A Reply

Your email address will not be published.