ବଣେଇ : ଆଦିବାସୀ ଆବାସିକ ଛାତ୍ରୀ ବିଦ୍ୟାଳୟରେ କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦଘାଟିତ।। କେନ୍ଦ୍ରରେ ୮୦ ଟି ମଡେଲ ସ୍ଥାନ ପାଇଛି।

0 256

ବଣେଇ : (ସତ୍ୟା ନିୟୁଜ)୨୨/୧୧ ବଣାଇ ବ୍ଲକ ବାବୁ ନୂଆଗାଁ ର ବଇଦପାଲି ଆଦିବାସୀ ଛାତ୍ରୀ ଆବାସିକ ବିଦ୍ୟାଳୟରେ ଏକ କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି। ଟେନସା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ସି ଏସ ଆର ପାଣ୍ଠି ସହାୟତାରେ ଏହି କେନ୍ଦ୍ର କରାଯାଇଛି। ଛାତ୍ରଛାତ୍ରୀ ମାନଙ୍କ ବୈଷୟିକ ଶିକ୍ଷା ରେ ଉନ୍ନତି ନିମନ୍ତେ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରା ଯାଉଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଣାଇ ଉପ ଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ର ମୁଖ୍ୟ ପ୍ରବନ୍ଧକ ପ୍ରମୋଦ କୁମାର ପାତ୍ର, ଜନ ମଙ୍ଗଳ ଅଧିକାରୀ ମୌସୁମୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ପରବର୍ତ୍ତୀ ସମୟରେ ଉପ ଜିଲ୍ଲାପାଳ ଏହି କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ରେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଉପରେ ୮୦ଗୋଟି ରୁ ଉର୍ଦ୍ଧ ମଡେଲ ବୁଲି ଦେଖି ଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରୀ ମାନଙ୍କୁ ପାଠ ପଢା ରେ ଏହା ସହାୟକ ହେବ ବୋଲି ମୁଖ୍ୟ ଅତିଥି କହିଥିଲେ।

Leave A Reply

Your email address will not be published.