ସୁନ୍ଦରଗଡରେ ବିଶ୍ୱ ମତ୍ସ ଦିବସ ପାଳିତ।। ସଫଳ ମାଛ ଚାଷୀଙ୍କୁ ସମ୍ମାନିତ କରାଗଲା।

0 232

ସୁନ୍ଦରଗଡ଼:୨୧/୧୧ (ସତ୍ୟା ନିୟୁଜ) ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି I ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ ଏବଂ ଉପସ୍ଥିତ ଥିବା ମତ୍ସ୍ୟ ଚାଷୀ ମାନଙ୍କୁ ତାଙ୍କର ମୂଲ୍ୟବାନ ପରାମର୍ଶ ଦେବା ସହ ମତ୍ସ୍ୟ ଚାଷ କୁ ଆପଣେଇ ନିଜେ ସଶକ୍ତ ହେବ ସହିତ ପରିବାର ର ଅର୍ଥନୈତିକ ଅଭିବୃଦ୍ଧି ରେ ସହାୟକ ହୋଇ ପାରିବେ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I
କାର୍ଯ୍ୟକ୍ରମ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଅରୁଣ କୁମାର ସାହୁ ସ୍ଵାଗତ ଅଭିଭାଷଣ ଦେବା ସହ ମତ୍ସ୍ୟ କ୍ଷେତ୍ର କୁ ଏକ ଶକ୍ତିଶାଳୀ ଆୟ ର ପନ୍ଥା ତଥା ଏକ ବୃହତ୍ ନିଯୁକ୍ତିକାରୀ କ୍ଷେତ୍ର ଭାବେ ପରିଗଣିତ କରିବା ପାଇଁ ଉପସ୍ଥିତ ମତ୍ସ୍ୟ ଚାଷୀ ତଥା ଉଦ୍ୟୋଗୀ ମାନଙ୍କୁ ଆହ୍ଵାନ ଦେଇଥିଲେ I ଏଥି ସହିତ ବିଭାଗ ସହିତ ଜଡ଼ିତ ତଥା ଚାଷୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ I ବରିଷ୍ଠ ବୈଜ୍ଞାନିକ ତଥା କୃଷି ବିଜ୍ଞାନ କେନ୍ଦ୍ର, କିରେଇ ର ମୁଖ୍ୟ ଡାକ୍ତର ଲକ୍ଷ୍ମୀ ପ୍ରିୟା ପ୍ରଧାନ ମତ୍ସ୍ୟ ଚାଷ କୁ ଏକ ପ୍ରମୁଖ ଚାଷ ଭାବେ ଗ୍ରହଣ କରି ବୈଜ୍ଞାନିକ ପଦ୍ଧତିରେ ସମନ୍ନିତ ଚାଷ ଅବଲମ୍ବନ ସମ୍ପର୍କରେ ପରାମର୍ଶ ଦେଇଥିଲେ I
କାର୍ଯ୍ୟକ୍ରମ ରେ ମତ୍ସ୍ୟ ଚାଷ କ୍ଷେତ୍ରରେ ପାରଦଶିର୍ତା ଅର୍ଜନ କରିଥିବା ସଫଳ ଉଦ୍ୟୋଗୀ ଏବଂ ଚାଷୀ ମାନଙ୍କୁ ସମ୍ମାନିତ କରାଯାଇଥିଲା I ସହାୟକ ମତ୍ସ୍ୟ ଅଧିକାରୀ, ଟାଙ୍ଗରପାଲି ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତ ଚାଷୀ ମାନେ ମତ୍ସ୍ୟ ଚାଷ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବାକୁ ଉତ୍ସାହିତ କରିଥିଲେ I କାର୍ଯ୍ୟକ୍ରମ ରେ ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ସୁଦେଶ ଚୌଧୁରୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ଦଲେଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଲମ୍ବୋଦର ବାସ୍କେ, ବିଭିନ୍ନ ବ୍ଲକ ରୁ ଆସିଥିବା ମହିଳା ସ୍ଵୟମ ସହାୟକ ଗୋଷ୍ଠୀ , ମତ୍ସ୍ୟ ଚାଷୀ ଓ ମତ୍ସ୍ୟ ଉଦ୍ୟୋଗୀ ମାନେ ଉପସ୍ଥିତ ଥିଲେ I

Leave A Reply

Your email address will not be published.