ରାଉରକେଲା :୨୧/୧୧ (ସତ୍ୟା ନିୟୁଜ) ଯାନ ବାହାନ ବେଆଇନ ପାର୍କିଙ୍ଗ ଉପରେ ଲଗାମ ଦେବାକୁ ପ୍ରଶାସନ ପକ୍ଷରୁ ଏବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ରାଉରକେଲା ପୋଲିସ , ପରିବହନ ବିଭାଗ , ମହାନଗର ନିଗମ ପକ୍ଷରୁ ସିଭିଲ ଟାଉନଶିପ ଅଞ୍ଚଳରେ ଏହି ଅଭିଯାନରେ ୩୦ ରୁ ଉର୍ଦ୍ଧ୍ବ ଗାଡି ଜବତ କରାଯାଇଛି। ରବିବାର ସନ୍ଧ୍ୟାରେ ସିଭିଲ ଟାଉନ ଶିପ ର ଗାଲେରିଆ ମଲ୍ ସମ୍ମୁଖରେ ଏହି ଚଢ଼ାଉ କରଯାଇଥିଲା। ମଲ୍ ସମ୍ମୁଖ ରାସ୍ତାରେ ରଖା ଯାଇଥିବା ବାଇକ , ସ୍କୁଟି , କାର ଆଦି ଯାନ ଗୁଡିକୁ କ୍ରେନ ସାହାଯ୍ୟରେ ଉଠାଇ ନିଆଯାଇଥିଲା। ରବିବାର ଦିନ ବିନା ସୂଚନା କିମ୍ବା ଚେତାବନୀ ରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବାରୁ ଗ୍ରାହକ ମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗାଡି ଗୁଡିକ ଜବତ କରାଯାଇ ଥାନାକୁ ନିଆଯାଇଥିଲା।