ସୁନ୍ଦରଗଡ : ବାଙ୍କୀ ଫରେଷ୍ଟ ରେଞ୍ଜକୁ ପୁଣି ଫେରିଲେ ଦୁଇଟି ଦନ୍ତା।। ଫସଲ ନଷ୍ଟ କଲେ।। ଉଜ୍ଜଳପୁର ଫରେଷ୍ଟ ରେଞ୍ଜରେ ଅସୁସ୍ଥ ଛୁଆ ହାତୀର ମୃତ୍ୟୁ।

0 264

ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ଫରେଷ୍ଟ ରେଞ୍ଜ ରେ ଦୁଇଟି ଦନ୍ତା ହାତୀ ପଶି ପୁଣି ଫସଲ ନଷ୍ଟ କରିବା ଆରମ୍ଭ କରି ଦେଇଛନ୍ତି। କିଛି ଦିନ ହେଲା ଏହି ହାତୀ ଦୁଇଟି ଦେବଗଡ଼ ଅଞ୍ଚଳକୁ ପଳାଇ ଥିଲେ। ଗତ କାଲି ବାଙ୍କି ରେଞ୍ଜର ରlଜମୁଣ୍ଡl ସେକ୍ସନର ସରଧାପୁର,ତୁମକେଲା, ରଜାମୁଣ୍ଡା,କେନାପାଲି, ଅଂଚଳ ରେ ପାଚିଲା ଧାନ ଖାଇ ନଷ୍ଟ କରୁଥିବା ର ସୂଚନା ମିଳିଛି । ବନବିଭାଗ ହାତୀ ଟିକୁ ବ୍ରହ୍ମଣୀ ନଦୀ ପାର କରିଦେଇଥିବା ବେଳେ ଏବେ ଦନ୍ତା ଦୁଇଟି ବଣାଇ ରେଞ୍ଜର କିନ୍ଦିରୀକେଲା ଜଙ୍ଗଲ ରେ ଅଛନ୍ତି । ହାତୀ ଦୁଇଟିକୁ ଘଞ୍ଚ ଜଙ୍ଗଲ କୁ କିପରି ପଠାଯାଇ ପାରିବ ସେ ବାବଦରେ ବନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି।

ଅନ୍ୟ ପକ୍ଷରେ ସୁନ୍ଦରଗଡ ଉଜ୍ଜଳପୁର ଫରେଷ୍ଟ ରେଞ୍ଜର ନର୍ସରୀ ରେ ଏକ ଛୁଆ ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଗତକାଲି ଏହି ହାତୀ ଛୁଆଟିକୁ ଅସୁସ୍ଥ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ହାତୀ ଛୁଆଟିର ନିମୋନିଆ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.