ଯାଜପୁରରୋଡ଼ : ଟ୍ରେନ ବଗି ଷ୍ଟେସନରେ ମାଡିଯିବାରୁ ୩ ମୃତ।। ଯାଜପୁର ଜିଲ୍ଲା କୋରେଇ ଷ୍ଟେସନର ଘଟଣା।। ଉଦ୍ଧାର କାର୍ଯ୍ୟ ଜାରି।
ଯାଜପୁରରୋଡ଼ : (ସତ୍ୟା ନିୟୁଜ) ୨୧/୧୧
ଟ୍ରେନ ରେ ଯିବାକୁ ଅପେକ୍ଷା କରିଥିଲେ ଯାତ୍ରୀ। ହଠାତ ଷ୍ଟେସନ ମଧ୍ୟକୁ ମାଡି ଗଲା ଏକ ମାଲଗାଡି ର କେତେକ ବଗି। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ। ସୋମବାର ଭୋରୁ ଷ୍ଟେସନରେ ଯାତ୍ରୀ ମାନେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଅପେକ୍ଷା କରିଥିଲେ। ହଠାତ ଏକ ମାଲଗାଡି ଭାରସାମ୍ୟ ହରାଇ ଷ୍ଟେସନ ଉପରେ ମାଡି ଗଲା। ଟ୍ରେନ ର ୩/୪ ଟି ବଗି ମାଡି ଯାଇଥିବାର ସୂଚନା ମିଳିଛି। ଯାତ୍ରୀ ପ୍ରତିକ୍ଷାଳୟରେ କେତେକ ବଗି ମାଡିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ କେତେକ ଯାତ୍ରୀ ଫସି ରହିଥିବା ଆଶଙ୍କା କରାଯାଉଛି। ଆହତଙ୍କ ସଠିକ ସଂଖ୍ୟା ଜଣାପଡିନାହିଁ। ଉଦ୍ଧାରକାରୀ ଦଳ ଷ୍ଟେସନ ରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଷ୍ଟେସନ ର ଫୁଟ ଓଭର ବ୍ରିଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଷ୍ଟେସନ ରୁ ବଗି କ୍ଲିଅର ହେବା ପରେ କ୍ଷୟକ୍ଷତି ର ଆକଳନ କରିହେବ।