ବଣେଇ : ବଣେଇ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର ପ୍ରତିବାଦ ସଭା।। ୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ।
ବଣାଇ ବ୍ଲକ ର ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ପକ୍ଷରୁ ୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦିଆଯାଇଛି। ବଣେଇ ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି l ବଣାଇ ବ୍ଲକ ର ଶତାଧିକ ମିଳିତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ପକ୍ଷରୁ ଏହି ପରିପ୍ରେକ୍ଷୀରେ ଏକ ଶୋଭଯାତ୍ରା ର ଆୟୋଜନ କରାଯାଇଥିଲା। ବଣାଇ ସ୍ଥିତ କଲେଜ ଛକ ରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ନିକଟରେ ପହଞ୍ଚି ଥିଲା। ଶିକ୍ଷକ ଶିକ୍ଷୟତ୍ରୀ ମାନେ ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ ଙ୍କୁ ସେମାନଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସମୁଖରେ ଏକ ପ୍ରତିବାଦ ର ସଭା କରାଯାଇଥିଲା। ତିନି ଦଫା ଦାବିକୁ ଯଦି ରାଜ୍ୟ ସରକାର ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ରାଜଧାନୀ ରେ ଏହି ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଖୋଲା ଖୋଲି ଭାବେ ମିଳିତ ଶିକ୍ଷକ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।