ରାଉରକେଲା : ମେଡିକାଲ କଲେଜ ଛାତ୍ରଛାତ୍ରୀ ଦେଖିଲେ ଫିଲ୍ମ ଦମନ।। ହାଇଟେକ ମେଡିକାଲ କଲେଜ ଛାତ୍ରଛାତ୍ରୀ।

0 278

ରାଉରକେଲା ପି ଭି ଆର ଚାଲିଥିଲା ଓଡ଼ିଆ ସିନେମା ଦମନ। ତା ପୁଣି ହାଉସଫୁଲ। ସମସ୍ତେ ଥିଲେ ରାଉରକେଲା ହାଇଟେକ ମେଡିକାଲ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ। କଲେଜ ତରଫରୁ ପୁରା ହଲ କୁ ବୁକ କରାଯାଇଥିଲା। ସିନେମାରେ ଅପହଞ୍ଚ ମାଲକାନଗିରି ରେ ରୋଗୀ ସେବା କରୁଥିବା ଡାକ୍ତର ବାସ୍ତବ ଜୀବନରେ ହାଇଟେକ ମେଡିକାଲ କଲେଜ ର ଛାତ୍ର ଥିଲେ। ଡାକ୍ତରୀ ସେବାକୁ ସେ ଯେଉଁ ସ୍ତରକୁ ନେଇଥିଲେ ସେଥିରେ ପ୍ରଭାବିତ ହୋଇ ଛାତ୍ରଛାତ୍ରୀ ମାନେ ଏହି ସିନେମା ଦେଖିବାକୁ ଆସିଥିଲେ।

ଏବେ ଓଡ଼ିଆ ଚଳଚ୍ଚିତ୍ର ଦମନ ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ଦମନ ଫିଲ୍ମ କୁ ଟ୍ୟାକ୍ସ ଫ୍ରି ଘୋଷଣା କରିବା ପରେ ଏବେ ସିନେମା ହଲରେ ବେଶ ଭିଡ଼ ହେଉଛି। ଏହି ସିନେମା କୁ ଏବେ ହିନ୍ଦୀ ଏବଂ ଅନ୍ୟ ଭାଷାରେ ଡ଼ବିଙ୍ଗ କରାଯାଉଛି।

Leave A Reply

Your email address will not be published.