ରାଉରକେଲାର ଏନ୍ ଏସ ଓ ଏଣ୍ଟରେଟନମେଣ୍ଟ ପ୍ରଡକ୍ସନ ହାଉସ ପକ୍ଷରୁ ହେବାକୁ ଯାଉଛି ନୂତନ ଓଡ଼ିଆ ସିନେମା ବୀର ବିକ୍ରମ। ଏହାର ନିର୍ଦେଶନା ଦେଉଛନ୍ତି ରାକେଶ ସାମଲ। ସିନେମା ଲାଗି ନାୟକ ଭାବେ ଅମ୍ଳାନ ଦାସ ଚୟନ ହୋଇଥିବା ବେଳେ ଚାଲିଛି ନାୟିକା ଖୋଜା। ସିନେମାର ବିଷୟ ବସ୍ତୁ ଲାଗି ନାୟିକା ଭାବେ ନୂଆ ଚେହେରାର ଆବଶ୍ୟକତା ଥିବାରୁ ଏହାର ଅଡିସନ ଆରମ୍ଭ ହେଉଛି। ଡିସେମ୍ବର ୯ ତାରିଖରୁ ଏହି ଅଡିସନ ରାଉରକେଲା ଭଞ୍ଜଭବନ ରେ ଆରମ୍ଭ ହେବ। ଏଥିଲାଗି ରେଜିଷ୍ଟ୍ରେସନ କରିବାର ଶେଷ ତାରିଖ ଡିସେମ୍ବର ୬ ତାରିଖ। ଓଡ଼ିଶାର ନୂତନ ପ୍ରତିଭା ମାନେ ଏହି ଅଡିସନ ରେ ଭାଗ ନେବାକୁ ପ୍ରଡକ୍ସନ ହାଉସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।