ସୁନ୍ଦରଗଡ : ବେଦାନ୍ତ କୋଇଲା ଖଣି ରେ ବିସ୍ଥାପିତଙ୍କ ଆନ୍ଦୋଳନ।। ଯୋଗଦେଲେ ସାଂସଦ ଜୁଏଲ ଓରାମ ଏବଂ ବିଧାୟକ ରାଜନ ଏକ୍କା , ଭବାନୀ ଶଙ୍କର ଭୋଇ।
ସୁନ୍ଦରଗଡ଼ : ୧୯/୧୧(ସତ୍ୟା ନିୟୁଜ ): ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଜାମକାନି ବେଦାନ୍ତ କୋଇଲା ଖଣି ପ୍ରକଳ୍ପ ରେ ସ୍ଥାନୀୟ ବିସ୍ଥାପିତ ଙ୍କ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି । ଗତ ୫ ତାରିଖ ଖଣି ପ୍ରକଳ୍ପ କୁ ପ୍ରବଳ ବିରୋଧ ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ୧୫ ଦିନ ପରେ ଆଜି ପୁଣି ଆନ୍ଦୋଳନ କୁ ଜୋରଦାର କରିଛନ୍ତି ବିସ୍ଥାପିତ ଗ୍ରାମବାସୀ । ବିସ୍ଥାପିତଙ୍କ ଏହି ଆନ୍ଦୋଳନ ରେ ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ , ରାଜଗାଙ୍ଗପୁର ବିଧାୟକ ସି ଏସ ରାଜନ ଏକ୍କା ଏବଂ ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ ସାମିଲ ହୋଇଛନ୍ତି । ୨୦୦୮ ରେ ଏହି କୋଇଲା ଖଣି କୁ ଭୂଷଣ କଂପାନୀ କୁ ଆବଣ୍ଟନ ହୋଇଥିଲା ତେବେ ଭୂଷଣ କଂପାନୀ ଏଥିରୁ ଓହରି ଗଲା ପରେ ବେଦାନ୍ତ କଂପାନୀ କୁ ହସ୍ତାନ୍ତର କରାଗଲା । ଭୂଷଣ କଂପାନୀ ପକ୍ଷରୁ ପାଖାପାଖି ୯୦ ଭାଗ ଜମି ଅଧିଗ୍ରହଣ ସରିଥିବା ବେଳେ ସେହି ଜମିରେ ବେଦାନ୍ତ କୋଇଲା ଖଣି ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି। ଏହାକୁ ବିରୋଧ କରୁଛନ୍ତି ବିସ୍ଥାପିତ ମାନେ। କଂପାନୀ ଅନୁକମ୍ପା ମୂଳକ ରାଶି ଏକର ପ୍ରତି ୬ ଲକ୍ଷ ପ୍ରଦାନ ପାଇଁ ରାଜି ହୋଇଥିବା ବେଳେ ବିସ୍ଥାପିତ ୨୦୧୩ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ପ୍ରଦାନ ଦାବି କରି ଆନ୍ଦୋଳନ କରୁଛନ୍ତି।