ରାଉରକେଲା : ୧୪୩ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣାରେ ଜଣେ ମୃତ , ଜଣେ ଆହତ।। ଚାନ୍ଦିପୋଷ ଥାନା ଅଞ୍ଚଳରେ ଦୁର୍ଘଟଣା।
ରାଉରକେଲା : ୧୯/୧୧ (ସତ୍ୟା ନିୟୁଜ) ୧୪୩ ନମ୍ବର ଜତୀୟ ରାଜପଥରେ ଶନିବାର ଦିନ ଏକ ଭୟଙ୍କର ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ଗୁରୁତରଙ୍କ ରାଉରକେଲା ସରକାରୀ ହସପିଟାଲରେ ଚିକିତ୍ସା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ବଜାର ନିକଟରେ ଏକ ଟ୍ରକ ଛିଡା ହୋଇ ଥିବା ବେଳେ ପଛପଟୁ ଏକ ପିକ ଅପ ଭ୍ୟାନ ଆସି ପିଟି ଦେଇଥିଲା। ଏହି ଦୁର୍ଘଟଣାରେ ପିକ ଭ୍ୟାନରେ ଥିବା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏକ ଟମାଟୋ ବୋଝେଇ ପିକଅପ ଭ୍ୟାନ ରାଉଲକେଲା ରୁ ଖୁଣ୍ଟଗାଁ ବଜାର କୁ ଆସୁ ଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର ବିରତୋଲା ବଜାର ନିକଟରେ ଭାରସାମ୍ୟ ହରାଇ ଛିଡା ହୋଇଥିବା ଟ୍ରକ ପଛରେ ବାଡେଇ ହୋଇ ଯାଇଥିଲା। ଫଳରେ ପିକଅପ ଭ୍ୟାନ ରେ ବସି ଥିବା ଦୁଇ ଜଣ ଗୁରୁତର ଆହତ ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ। ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉଲକେଲାକୁ ସ୍ଥାନାନ୍ତର କରାଯାଇଥିଲା। ରାଉରକେଲା ରେ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି।
ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାନ୍ଦିପୋଷ ପୋଲିସ ପହଞ୍ଚି ଗାଡ଼ି କୁ ଜବତ କରିବା ସହ ଘଟଣା ର ତଦନ୍ତ କରୁଥିବା ଜଣାପଡ଼ିଛି। ଛିଡା ହୋଇଥିବା ଟ୍ରକ ଟି ଘଟଣା ସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି। ମୃତ୍ୟୁ ବରଣ କରିଥିବା ପିକଅପ ଭ୍ୟାନ ବ୍ୟକ୍ତି ଚୋରାଧରା ଗ୍ରାମର ଗୋଲେରାମ ମୁଣ୍ଡା ହୋଇଥିବା ବେଳେ ଆହତ ଚାଳକ ଜଣକ ହେଲେ ଲହୁଣୀପଡା ଥାନା ଅନ୍ତର୍ଗତ ଜୁନିୟାନି ଗ୍ରାମର ରୋଶନ ଅଲି।