ରାଉରକେଲା : ଆଶା କର୍ମୀ ଏବଂ ଆଶା ସାଥି ମାନଙ୍କ ପ୍ରତିବାଦ ସଭା।। ମାସିକ ଦରମା ବୃଦ୍ଧି ଲାଗି ଦାବି ।

0 272

୧୫ ବର୍ଷରୁ ଉର୍ଦ୍ଧ୍ବ କାଳ ହେଲା ଆଶା କର୍ମୀ ଏବଂ ଆଶା ସାଥି ମାନେ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। କାମ ଅନୁସାରେ ଦରମା ବହୁତ କମ। ନିଯୁକ୍ତି ସମୟରେ ସ୍ବେଛାସେବୀ ଭାବେ ଆଶା କର୍ମୀ ଏବଂ ଆଶା ସାଥୀ ମାନେ ନିଯୁକ୍ତି ହୋଇଥିବା ବେଳେ ଏବେ ତାଙ୍କୁ ବିଭିନ୍ନ କାମରେ ଲଗାଯାଉଛି। ଏପରିକି ଆବଶ୍ୟକ ସ୍ଥଳେ ୨୪ ଘଣ୍ଟା କାମ କରିବାକୁ ପଡୁଛି। ତଥାପି ଆଶା କର୍ମୀଙ୍କୁ ମିଳୁଛି ମାତ୍ର ୩ ହଜାର ଟଙ୍କା। ଏହାର ପ୍ରତିବାଦ କରିଛନ୍ତି ଆଶା କର୍ମୀ ଏବଂ ଆଶା ସାଥି ମାନେ। ଏ ବାବଦରେ ରାଉରକେଲା ସରକାରୀ ହସପିଟାଲରେ ଏକ ପ୍ରତିବାଦ ସଭା ହୋଇଥିଲା। ଶ୍ରମିକ ନେତା ଆନନ୍ଦ ମହାନ୍ତି , ବୈଦ୍ୟନାଥ ଦାସ ପ୍ରମୁଖ ଏହି ସଭାରେ ଯୋଗ ଦେଇଥଲେ। ଆଶାକର୍ମୀ ଏବଂ ଆଶା ସାଥୀ ଙ୍କ ମାସିକ ଦରମା ବୃଦ୍ଧି କରିବା ଲାଗି ଦାବି କରାଯାଇଥିଲା।

Leave A Reply

Your email address will not be published.