ରାଉରକେଲା : ବେଆଇନ ବାଦାମ ଚିକି ଏବଂ ଲଡୁ ପ୍ରସ୍ତୁତକାରୀ ସଂସ୍ଥା ଉପରେ ଚଢ଼ାଉ।। ଚଢ଼ାଉ କଲେ ଆର ଏମ୍ ସି ର ସ୍ୱାସ୍ଥ୍ୟ ବିଭାଗ ।

0 504

ଲଗାତାର ଦୂତୀୟ ଦିନରେ ରାଉରକେଲା ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବେଆଇନ ଖାଦ୍ୟ ପ୍ରସ୍ତୁତିକରଣ ସଂସ୍ଥା ଉପରେ ଚଢ଼ାଉ ଜାରି ରହିଛି। ଶୁକ୍ରବାର ଦିନ ଖାଦ୍ୟ ସୁରକ୍ଷା ଅଧିକାରୀ , ସ୍ୱାସ୍ଥ୍ୟ ଅଧିକାରୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ବାଦାମ ଚିକି ତିଆରି କରୁଥିବା କାରଖାନା ଉପରେ ଚଢ଼ାଉ କରିଥିଲେ। ଓରାମ ପଡ଼ା ଠାରେ ଥିବା ବିଜୟଲଷ୍ମୀ ସୁଇଟ୍ସ ନାମକ ଏହି ସଂସ୍ଥା ବେଆଇନ ଭାବେ ଏହି କରଖାନା ଚଳାଉଥିବା ଅଭିଯୋଗ ଥିଲା। ଚଢ଼ାଉ ପରେ ସେଠାରେ ଅସ୍ୱାସ୍ଥ୍ୟକର ପରିବେଶରେ ବିଭିନ୍ନ ପ୍ରକାର ସୁଇଟ୍ସ ପ୍ରସ୍ତୁତ ହେଉଥିବା ଜଣାପଡିଥିଲା। ସରକାରଙ୍କ ବିଭିନ୍ନ ନିୟମ ଉଲଂଘନ କରିଥିବାରୁ କାରଖାନା ସିଲ ସହ ଖାଦ୍ୟ ସାମଗ୍ରୀ ଜବତ କରାଯାଇଥିଲା।

Leave A Reply

Your email address will not be published.