ବଣେଇ : ରାଉରକେଲା ପରେ ବଣେଇରେ ବିଭିନ୍ନ ରେଷ୍ଟୁରାଣ୍ଟ , ଢ଼ାବା , ଫାଷ୍ଟଫୁଡ଼ ଷ୍ଟଲ ଉପରେ ଚଢ଼ାଉ।। ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ।
ରାଉରକେଲା ପରେ ବଣେଇ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ରେଷ୍ଟୁରାଣ୍ଟ , ଢ଼ାବା , ରାସ୍ତା କଡ଼ ଦୋକାନରେ ଚଢ଼ାଉ କରାଯାଇଛି। ଅନାମଧେୟ ବ୍ରାଣ୍ଡ ର ସସ , ସ୍ୱାସ୍ଥ୍ୟ ଉପରେ ନେଗେଟିଭ ପ୍ରଭାବ ପକାଉଥିବା ରଙ୍ଗ ମିଶ୍ରିତ ଖାଦ୍ୟ ପଦାର୍ଥକୁ ନଷ୍ଟ କରି ଦିଆଯାଇଛି। ଏହି ଚଢ଼ାଉରେ ପୋଲିସ , ଅବକାରୀ ବିଭାଗ , ଡ୍ରଗ୍ସ ଅଧିକାରୀ ମଧ୍ୟ ସାମିଲ ଥିଲେ । ବିଭିନ୍ନ ପ୍ରକାର ରଙ୍ଗ , ସସ ମିଶ୍ରିତ ଖାଦ୍ୟ ଖାଇବା ପୂର୍ବରୁ ଲୋକ ମାନେ ଏହାର ମାନ ଯାଞ୍ଚ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଏହାଛଡା ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କରୁଥିବା ରେଷ୍ଟୁରାଣ୍ଟ କୁ ଜୋରିମାନା କରାଯିବା ସହ ତାଗିଦ କରାଯାଇଛି। ଏହି ପ୍ରକାର ଚଢ଼ାଉ ନିୟମିତ ଭାବେ ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି।