ରାଉରକେଲା : ବସ କର୍ମଚରୀଙ୍କ ଦାଦାଗିରି।। ପୁଅଙ୍କୁ ମାଡ଼ , ୮୪ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ ଅଭିଯୋଗ।।

0 3,509

ବସ ରେ ଯାତ୍ରା କରିବାକୁ ଟିକେଟ କାଟି ଅପେକ୍ଷା କରିଥିବା ଯାତ୍ରୀଙ୍କ ପ୍ରତି ବସ କର୍ମଚାରୀ ତଥା ଡ୍ରାଇଭରଙ୍କ ଦାଦାଗିରି ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ବସ କର୍ମଚରୀଙ୍କ ମନମୁଖୀ କାର୍ଯ୍ୟଶୈଳୀ ର ଶିକାର ହୋଇଛନ୍ତି ସହରର ଜଣେ ଜଣାଶୁଣା ୮୪ ବର୍ଷୀୟ ବରିଷ୍ଠ ନାଗରିକ ପ୍ରଫୁଲ୍ଲ ମହାନ୍ତି। ବସ କର୍ମଚାରୀ ଉକ୍ତ ବରିଷ୍ଠ ନାଗରିକଙ୍କୁ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ ସହ ତାଙ୍କ ପୁଅ ଐର ମହାନ୍ତିଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି। ଏ ବାବଦରେ ୭ ନମ୍ବର ସେକ୍ଟର ଥାନାରେ ଏତେଲା ଦେବା ପରେ ବସ କର୍ମଚାରୀଙ୍କ ନାମରେ ୩୪୧/୩୨୩/୨୯୪/୩୪ ଆଇପିସି ଧାରାରେ ମାମଲା ଦାୟର ହୋଇଛି। ପୋଲିସ ମାମଲାର ତଦନ୍ତ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଐର ତାଙ୍କ ବାପା , ଝିଅ ଏବଂ ଅନ୍ୟ ଜଣଙ୍କ ଯିବା ଲାଗି ଲାଗି ରୟାଲ କୋଚ ବସରେ ଚାନ୍ଦୋଳ ପର୍ଯ୍ୟନ୍ତ ଟିକେଟ କାଟିଥିଲେ । ସେହି ଅନୁସାରେ ତାଙ୍କୁ ସିଟ ନମ୍ବର ୭ , ୯ , ୧୦ ମିଳିଥିଲା। ଶ୍ରୀ ମହାନ୍ତି ତାଙ୍କ ବାପାଙ୍କୁ ନେଇ ୨ ନମ୍ବର ବସ ଷ୍ଟାଣ୍ଡ ରୁ ଚଢ଼ିବାର ଥିଲା। ମାତ୍ର ଟିକେ ବିଳମ୍ବ ହେବାରୁ ବସ ଛାଡି ଦେଇଥିଲା। ଫଳରେ ଐର ତାଙ୍କ ବାପା ଏବଂ ଝିଅକୁ ନେଇ ଗୁଣ୍ଡିଚା ମନ୍ଦିର ଛକକୁ ବସ ଚଢ଼ିବାକୁ ଯାଇଥିଲେ। ମାତ୍ର ସେଠାରେ ବସ ରେ ଚଢାଇବାକୁ ଡ୍ରାଇଭର ତାଙ୍କୁ ମନା କରିଦେଇଥିଲେ। ବସ ଚଢ଼ିବାକୁ ୭/୧୭ ଛକ କୁ ଆସିବାକୁ କହିଥିଲେ। ଏହାର ପ୍ରତିବାଦ କରି ଐର ବସ ଆଗରେ ଛିଡା ହୋଇଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବସ କର୍ମଚାରୀ ଐରଙ୍କୁ ମାଡ ମାରିଥିବା ଏବଂ ବସ ଡ୍ରାଇଭର ତାଙ୍କ ଉପରେ ବସ ମଡ଼େଇ ଦେବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ବାବଦରେ ରାଉରକେଲା ୭ ନମ୍ବର ସେକ୍ଟର ଥାନାରେ ଐରଙ୍କ ରିପୋର୍ଟ ଉପରେ ଏକ ମାମଲା ରଜ୍ଜୁ ହୋଇଛି।

Leave A Reply

Your email address will not be published.