ରାଉରକେଲା : ବେଆଇନ ଭାବେ ସିଲିଣ୍ଡରରୁ ଗ୍ୟାସ ଟ୍ରାନ୍ସଫର ବେଳେ ବିସ୍ପୋରଣ।। ବନ୍ଧମୁଣ୍ଡା ତିଲିକା ନଗର ଅଞ୍ଚଳର ଘଟଣା।

0 604

ବେଆଇନ ଭାବେ ସିଲିଣ୍ଡର ରେ ଗ୍ୟାସ ଭର୍ତ୍ତି ବେଳେ ବିସ୍ପୋରଣ। ବିସ୍ପୋରଣରେ ସୌଭାଗ୍ୟ ବଶତଃ ବିଶେଷ କ୍ଷତି ହୋଇ ନଥିବା ବେଳେ କେତେକ ଘରର ଅଜବେଷ୍ଟସ ଫାଟି ଯାଇଛି। ଘଟଣା ଘଟିଛି ରାଉରକେଲା ନିକଟ ବନ୍ଧମୁଣ୍ଡା ତିଲିକା ନଗର ଅଞ୍ଚଳରେ। ଶୁକ୍ରବାର ସକାଳେ ଏକ ରୋଷେଇ ସିଲିଣ୍ଡରରୁ ବେଆଇନ ଭାବେ ଅନ୍ୟ ଏକ ଛୋଟ ସିଲିଣ୍ଡର କୁ ଗ୍ୟାସ ଟ୍ରାନ୍ସଫର କଲା ବେଳେ ଏହି ବିସ୍ପୋରଣ ଘଟିଥିଲା। ବିସ୍ପୋରଣ ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ତିଲିକା ନଗରର ଜଣେ ବ୍ୟକ୍ତି ବେଆଇନ ଭାବେ ଏହି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି। ଧନ ଜୀବନ ପ୍ରତି ବିପଦ ଥିବାରୁ ଏହି ବେଆଇନ କାରବାର ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.