ଦୁଇଦିନ ହେଲା ନିଖୋଜ ଥିବା ଶିଶୁପୁତ୍ରର ଶବ ନାଳରୁ ମିଳିବା ନେଇ ବଣେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ସୁନ୍ଦର ଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ଟିକାୟତପାଲି ଥାନା ଅନ୍ତର୍ଗତ ଚିକଟନାଳି ଗ୍ରାମର ଦେଢବର୍ଷର ଶିଶୁପୁତ୍ର ମୃତ ଦେହ ନାଳରୁ ଉଦ୍ଧାର ହୋଇଛି। ଚିକଟନାଳି ଗ୍ରାମର ଅନାନ ଓରାମଙ୍କ ଅଢେଇ ବର୍ଷର ଶିଶୁ ଦେବାଶିଷ ଓରାମ ଗତ ଦୁଇ ଦିନ ହେଲା ନିଖୋଜ ହୋଇ ଯାଇଥିଲା। ଏ ବାବଦରେ ଟିକାୟତପାଲି ଥାନା ଅଭିଯୋଗ କରିଥିଲେ ଅନାନ୍ ଓରାମ। ତେବେ ଗୁରୁବାର ଦିନ ଗ୍ରାମର କିଛି ଦୁରରେ ଥିବା ନାଳ ପାଣିରେ ଶିଶୁର ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ବର୍ଗ ନାଳ ପାଖକୁ ଆସି ଦେବାଶିଷର ମୃତ ଦେହ ଦେଖିବାକୁ ପାଇଥିଲେ। ପରେ ଟିକାୟତପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ ପୁତ୍ରର ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି।