ରାଉରକେଲା : ବେଆଇନ ନକଲି ସସ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ।। ନକଲି ସସ ନଷ୍ଟ କରାଗଲା।। କାରଖାନା ସିଲ କଲେ ଆର ଏମ୍ ସି ସ୍ୱାସ୍ଥ୍ୟ ବିଭାଗ।

0 503

ରାସ୍ତା କଡରେ ଫାଷ୍ଟ ଫୁଡ଼ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ। ହୋଇପାରେ ଆପଣ ଖାଉଥିବେ ଦୂଷିତ , ଅସ୍ୱାସ୍ଥ୍ୟକର କିମ୍ବା ବିଷାକ୍ତ ସସ ମିଶ୍ରିତ ଖାଦ୍ୟ। ଏହା ଜଣାପଡ଼ିଛି ରାଉରକେଲା ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ ପରେ। ଗୁରୁବାର ଦିନ ଖାଦ୍ୟ ନିରାପତ୍ତା ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରର ମଧୁସୂଦନପାଲି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଏଠାରେ ବେଆଇନ ଅସ୍ୱାସ୍ଥ୍ୟକର ସସ ଏବଂ ଚାଉମିନ ନୁଡୁଲସ ପ୍ରସ୍ତୁତ ହେଉଥିବା ଖବର ମିଳିଥିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ। ସୂଚନା ପାଇବା ପରେ ସିଟି ମେଡିକାଲ ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ଓମ ସାଇ ରାମ ନାମକ ଏକ କାରଖାନାରୁ ବହୁ ପରିମାଣର ନକଲି ସସ ଜବତ କରାଯାଇ ନଷ୍ଟ କରି ଦିଆ ଯାଇଥିଲା। ପଚା ଆଳୁ , ପଚା କଖାରୁ , ପଚା ଟମାଟୋ ରେ ଏହି ସସ ପ୍ରସ୍ତୁତ ହେଉଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅସ୍ୱାସ୍ଥ୍ୟକର ଖାଦ୍ୟ ସାମଗ୍ରୀ ନଷ୍ଟ କରିଦିଆଯିବା ସହ କାରଖାନାକୁ ସିଲ କରି ଦିଆଯାଇଥିଲା। ଏହି ନକଲି ଅସ୍ୱାସ୍ଥ୍ୟକର ସସ ସହରର ବିଭିନ୍ନ ଫାଷ୍ଟ ଫୁଡ଼ ଷ୍ଟଲ କୁ ସପ୍ଲାଇ ହେଉଥିବା ଜଣାପଡିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.