ହକି ବିଶ୍ୱକପ ପ୍ରସ୍ତୁତି ର ସମୀକ୍ଷା କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଜି ରାଉରକେଲା ଆସିଛନ୍ତି। ଆସନ୍ତା ଜାନୁଆରୀ ମାସରେ ହେବାକୁ ଯାଉଛି ହକି ବିଶ୍ୱକପ। ଏହି ବିଶ୍ୱକପ ଭୁବନେଶ୍ୱର ସହ ରାଉରକେଲା ରେ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଏବଂ ରାଉରକେଲାରେ ନିର୍ମାଣଧୀନ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ରେ ଏହି ଖେଳ ହେବ। ଷ୍ଟାଡିଅମ ଏବଂ ଏଆରପୋର୍ଟ କାର୍ଯ୍ୟ ଅଗ୍ରଗତି ର ସମୀକ୍ଷା ଲାଗି ଗୁରୁବାର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଉରକେଲା ଗସ୍ତରେ ଆସିଥିଲେ। ହକି ଷ୍ଟାଡିଅମ ବୁଲି ଦେଖିବା ସହ ଏୟାରପୋର୍ଟ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଷ୍ଟାଡିଅମ ଏବଂ ଏୟାରପୋର୍ଟ କାମ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।