ରାଉରକେଲା ପୋଲିସ ସହ ଗୁଳି ବିନିମୟରେ ବାଞ୍ଛାନିଧି ତନ୍ତିଙ୍କ ହତ୍ୟାକାରୀ ଅଜିତ ଓରାମ ଆହତ ହୋଇଛି। ପୋଲିସ ଅଜିତ ନିକଟରୁ ଗୋଟିଏ ପିସ୍ତଲ ଦୁଇ ରାଉଣ୍ଡ ଗୁଳି ଜବତ କରିଛନ୍ତି। ଆହତ ଅଜିତ କୁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟଯେ ଝିରିପାଣିରେ ରବିବାର ଦିନ ଗୁଳି ମାଡରେ ବାଞ୍ଛାନିଧି ତନ୍ତୀ ମୃତ୍ୟୁ ବରଣ କରିଥିଲେ। ଜମି ବିବାଦ କୁ କେନ୍ଦ୍ରକରି ଅଜିତ ଓରାମ ନାମକ ଜଣେ ଯୁବକ ବାଞ୍ଛାନିଧିଙ୍କ ଉପରକୁ ଗୁଳି ଚଳାଇଥିଲେ। ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବାଞ୍ଛାନିଧିଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଝିରିପାଣି ଅଞ୍ଚଳରେ ଗତକାଲି ଠାରୁ ଉତ୍ତେଜନା ଲାଗି ରହିଥିଲା। ହତ୍ୟାକାରୀର ଗିରଫ ଦାବିରେ ସ୍ଥାନୀୟ ଲୋକେ ଧାରଣା ଦେଇଥିଲେ। ହତ୍ୟା ପରେ ଅଜିତ ଫେରାର ହୋଇଯାଇଥିଲା। ଆଜି ସକାଳେ ସୂଚନା ପାଇ ଅଜିତ ଲୁଚିଥିବା ଜଲଦା ଫାଣ୍ଡି ଏରିଆ ରେ ପୋଲିସ ଚଢ଼ାଉ କରିଥିଲେ। ପୋଲିସ କୁ ଦେଖି ଅଜିତ ଗୁଳି ଚଳାଇଥିଲେ। ପୋଲିସ ର ଜବାବ ଗୁଳିରେ ଶେଷରେ ଅଜିତ ଆହତ ହୋଇଥିଲା। ଅଜିତର ଗୋଡ଼ରେ ଗୁଳି ବାଜିଛି। ଏହି ହତ୍ୟାକାଣ୍ଡର ଅଧିକ ତଦନ୍ତ ଜାରି ରହିଛି ।