ରାଉରକେଲା : ସହରରେ ପଲସର ଲୁଟେରାଙ୍କ ଆତଙ୍କ।। ପିସ୍ତଲ ଦେଖାଇ ଲୁଟି ନେଲେ ପାଖାପାଖି ୧୫ ଲକ୍ଷ ଟଙ୍କା।

0 841

ରାଉରକେଲାରେ ପୁଣି ପଲସର ଲୁଟେରାଙ୍କ ଆତଙ୍କ। ଏଥର ଶିକାର ହୋଇଛନ୍ତି ଜଣେ ମଦ ବ୍ୟବସାୟୀଙ୍କ କର୍ମଚାରୀ। ଲୁଟେରା ମାନେ ବନ୍ଧୁକ ଏବଂ ଛୁରୀ ମୁନରେ ଲୁଟି ନେଇଛନ୍ତି ପାଖାପାଖି ୧୫ ଲକ୍ଷ ଟଙ୍କା। ଘଟଣା ଘଟିଛି ସୋମବାର ସକାଳେ। ସୂଚନା ମୁତାବକ ବ୍ୟବସୟୀଙ୍କ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳ କୋଏଲ ନଗର ରୁ ତାଙ୍କ ମାଲିକଙ୍କ ଘରୁ ଟଙ୍କା ନେଇ ଏକ ସ୍କୁଟିରେ ଆସୁଥିବା ବେଳେ ଲୁଟର ଶିକାର ହୋଇଥିଲେ। ସେ ଆସୁ ଥିବା ବେଳେ ମହାନଗର ନିଗମ ଛକରେ ଏକ ନାଲି ପଲସର୍ ଗାଡ଼ିରେ ଦୁଇ ଜଣ ଦ୍ରୁବୃତ୍ତ ଆସି ତାଙ୍କୁ ଅଟକାଇଥିଲେ। ପରେ ଦ୍ରୁବୃତ୍ତ ମାନେ ପିସ୍ତଲ ଏବଂ ଛୁରୀ ଦେଖାଇ ଟଙ୍କା ବ୍ୟାଗ ଲୁଟି ନେଇଥିଲେ। ବ୍ୟାଗ ରେ ୧୪ ଲକ୍ଷ ୯୩ ହଜାର ଟଙ୍କା ଥିଲା। ପ୍ରଶାନ୍ତ ଏହି ଟଙ୍କା ଏଚ ଡି ଏଫ ସି ବ୍ୟାଙ୍କ ରେ ଜମା କରିବାକୁ ଯାଉଥିଲେ। ଦ୍ରୁବୃତ୍ତ ମାନେ ପ୍ରଶାନ୍ତ ଙ୍କୁ ମାଡ ମାରି ଟଙ୍କା ବ୍ୟାଗ ନେଇ ପଳାଇଥିବା ଅଭିଯୋଗ ଥାନାରେ ହୋଇଛି। ଉଦିତନଗର ଥାନା ପୋଲିସ ଘଟଣାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.