ରାଉରକେଲା : ବାଇକ ଦୁର୍ଘଟଣାରେ ଜଣେ ଏନ ଆଇ ଟି ଛାତ୍ରଙ୍କ ମୃତ୍ୟୁ।। ଅନ୍ୟ ଜଣେ ଗୁରୁତର।। ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଗଲା ବାଇକ।
ରବିବାର ଅପରାହ୍ନରେ ରାଉରକେଲାରେ ଏକ ଦୁଃଖଦ ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କୁ ଚିକିତ୍ସା ଲାଗି ସହରର ଜେପି ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଛାତ୍ରଙ୍କ ଶବକୁ ରାଉରକେଲା ସରକାରୀ ହସପିଟାଲରେ ରଖାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ଏନ୍ ଆଇ ଟି ର ଦୁଇ ଜଣ ପିଏଚଡ଼ି ଛାତ୍ର ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଜଗଦା ସିଡବ୍ଲୁଏସ ହସ୍ପିଟାଲ ରାସ୍ତାର ପାର୍ଶ୍ଵରେ ଥିବା ଇଲେକ୍ଟ୍ରି ଖୁଣ୍ଟରେ ବାଇକ ବାଡେଇ ହୋଇଯିବା ଫଳରେ ଘଟଣା ସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଥିଲେ। ମୃତ ଛାତ୍ରଙ୍କ ନାମ ଇଏସ ସୁରେଶ୍ ଘର ଆନ୍ଧ୍ର ପ୍ରଦେଶ ଏବଂ ଗୁରୁତର ଛାତ୍ର ଙ୍କ ନାମ ନୀରଜ ବର୍ମା ବୋଲି ସୂଚନା ମିଳିଛି।