ବଣାଇ : ଚାନ୍ଦିପୋଷ ଥାନା ଅଞ୍ଚଳରେ ଘଟି ଥିବା ଏଲେନ ମୁଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ।। ଜଣେ ଅଭିଯୁକ୍ତ ଗିରଫ।। ଦୁଇ ଫେରାର।

0 479

ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ଅଞ୍ଚଳରେ ଘଟିଥିବା ନେଲେନ ମୁଣ୍ଡା ହତ୍ୟାକାଣ୍ଡର ପୋଲିସ ପର୍ଦ୍ଦାଫାସ କରିଛି। ଏହି ହତ୍ୟା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ଅକ୍ଟୋବର ୭ ତାରିଖରେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଢେଙ୍କିଆମ ଗ୍ରାମ ନିକଟରେ ନେଲେନ ମୁଣ୍ଡାଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର ହୋଇଥିଲା। ତଦନ୍ତ ପରେ ପୋଲିସ ଏକ ମାସ ପରେ ଜଣେ ଅଭିଯୁକ୍ତ ପାଣ୍ଡୁ ଲୁଗୁନ କୁ ଗିରଫ କରିଛି।
ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି।ଟଙ୍କା ପଇସା ଦିଆନିଆ କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିଲା ବୋଲି ବଣାଇ ଏସଡ଼ିପିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.