ସୁନ୍ଦରଗଡ଼, ୧୨/୧୧: ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ନମ୍ବର-କ (ଯୋଜନା, ଅର୍ଥ, ଗରିବ ବିରୋଧୀ (Anti poverty) ଏବଂ ସମନ୍ଵୟ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି I ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ କମଳ ଲାକ୍ରା ଙ୍କ ନେତୃତ୍ଵରେ ଥିବା 7 ଜଣିଆ ଟିମ୍ କୁ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସ୍ଵାଗତ କରାଯାଇଥିଲା I ରୋଗୀ ମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ସେବା ତଥା ସୁବିଧା ସମ୍ପର୍କରେ ଅବଗତ କରେଇଥିଲେ I ଉପାଧ୍ୟକ୍ଷା ଶ୍ରୀ ଲାକ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ସରୋଜ କୁମାର ମିଶ୍ର ତଥା ବିଭିନ୍ନ ବିଭାଗର ଡକ୍ଟର ଙ୍କ ସହିତ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ I ବିଶେଷ କରି ଖଣି ଅଞ୍ଚଳର ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରାଯାଇଥିଲା , ଏହା ସହିତ ବଣାଇ ଉପଖଣ୍ଡ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ସହିତ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କ ଉପରେ ଧ୍ଯାନ ଦେବାକୁ ଶ୍ରୀ ଲାକ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ କହିଥିଲେ I ପରେ ପରେ ଟିମ୍ ଏମ୍. ସି. ଏଚ୍. ବିଲଡିଂ କୁ ପରିଦର୍ଶନ କରିଥିଲେ I ଏହି ପରିଦର୍ଶନ ସମୟରେ ଡ଼ି.ପି. ଏଚ୍. ଓ, ଚିକିତ୍ସାଳୟ ଅଧିକ୍ଷକ, ଡି. ପି. ଏମ୍.,ଏନ୍. ଏଚ୍. ଏମ୍, ଏବଂ ଅନ୍ୟାନ୍ୟ ଡକ୍ଟର ଉପସ୍ଥିତ ଥିଲେ I