ରାଉରକେଲା : ମୋବାଇଲ ଫୋନ ଲୁଟେରାଙ୍କୁ ପବ୍ଲିକଙ୍କ ଉତ୍ତମମଧ୍ୟମ।। ଜଣେ ମହିଳାଙ୍କ ମୋବାଇଲ ଲୁଟି ନେଇଥିଲେ।

0 513

ବହୁଦିନ ଧରି ଲୋକଙ୍କ ଠାରୁ ଲୁଟି ନେଉଥିଲା ମୋବାଇଲ ଫୋନ। ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ଏହି ଚୋର ବିଶେଷ କରି ମହିଳା ମାନଙ୍କୁ ଟାର୍ଗେଟ ରେ ରଖିଥାଏ। ଆଜି ଏହି ଚୋର ସହରର ନାଲା ରୋଡ଼ ନିକଟରେ ବୁଲୁଥିବା ବେଳେ ଲୁଟ ର ଶିକାର ହୋଇଥିବା ଜଣେ ମହିଳା ଏହି ଚୋରକୁ ଚିନ୍ହି ଧରି ପକାଇଥିଲେ। ତାପରେ ଚୋରକୁ ହେଲା ନିର୍ଧୂମ ପବ୍ଲିକ ମାଡ଼। ମହିଳା ଜଣଙ୍କ ମଧ୍ୟ ନିଜ ରାଗ ଶୁଝାଇଦେଲେ।
ଏବେ ସହରରେ ଘୁରି ବୁଲୁଛନ୍ତି ଏହି ପରି ବହୁ ମୋବାଇଲ ଲୁଟେରା। କୁହାଯାଉଛି ଯେ ଅଧିକାଂଶ ଲୁଟେରା ନିଶା ଖାଇବାରେ ଅଭ୍ୟସ୍ତ। ଡ୍ରଗ୍ସ ଖାଇବାକୁ ଏମାନେ ଏପରି ଭାବେ ପଇସା ଯୋଗାଡ଼ କରିଥାନ୍ତି। ସହରର ବିଭିନ୍ନ ଜନଗହଳି ପୂର୍ଣ ସ୍ଥାନରୁ ଲୋକମାନଙ୍କ ଅସାବଧାନତାର ସୁଯୋଗ ନେଇ ଲୁଟି ନେଇଥାନ୍ତି ମୋବାଇଲ ଫୋନ। ଲୋକମାନେ ଏହି ଚାରଙ୍କ ପ୍ରତି ସଜାଗ ରହିବା ଉଚିତ।

Leave A Reply

Your email address will not be published.