ରାଉରକେଲା : ଗୁଳିମାଡରେ ଯୁବକ ଆହତ।। ଆଇଜିଏଚ ଭର୍ତ୍ତି।। ଝିରିପାଣି ଥାନା ଅଞ୍ଚଳର ଘଟଣା।

0 197

ରାଉରକେଲା ରେ ରବିବାର ସକାଳେ ଗୁଳି ମାଡରେ ଜଣେ ଯୁବ ଠିକାଦାର ଗୁରୁତର ଆହତ ହୋଇଛନ୍ତି। ଆହତ ଠିକାଦାର ବାଞ୍ଛାନିଧି ତନ୍ତୀଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ ରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଝିରିପାଣି ଥାନା ଅନ୍ତର୍ଗତ ଝରିଆଟୋଲାରେ ରହୁଥିବା ଠିକାଦାର ବାଞ୍ଛାନିଧି ଆଜି ସକାଳୁ କୌଣସି କାରଣରୁ କୋଏଲ ନଦୀ କୂଳକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ଯୁବକ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ବାଞ୍ଛାନିଧିଙ୍କ ଜଙ୍ଘରେ ବାଜି ଥିବା ବେଳେ ଅନ୍ୟଟି ଫୁଟି ନଥିଲା। ଗୁଳି ଚଲାଇବା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଛି। ଜମି ଜମା ବିବିବାଦରୁ ଏହି ଗୁଳିକାଣ୍ଡ ହୋଇଥିବା କୁହାଯାଉଛି। ଏହି ଘଟଣାରେ ଜଣେ ପୂର୍ବତନ ସରପଞ୍ଚଙ୍କ ସମ୍ପର୍କୀୟ ସଂଶ୍ଲିଷ୍ଟ ଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଅତିରିକ୍ତ ଏସ ପି ସଂଗ୍ରାମ କେଶରୀ ବେହେରା , ଝିରିପାଣି ଥାନା ଆଇଆଇସି ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ କରୁଛନ୍ତି।

Leave A Reply

Your email address will not be published.