ସୁନ୍ଦରଗଡ଼ : କୋଇଡା ଫରେଷ୍ଟ ରେଞ୍ଜରେ ହାତୀପଲ୍ଲଙ୍କ ଉପଦ୍ରବ।। ଅଙ୍ଗନବାଡି କବାଟ ଭାଙ୍ଗି ଖାଇଗଲେ ଚାଉଳ।

0 233

ସୁନ୍ଦରଗଡ ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। କେତେବେଳେ ହାତୀ ଘର ଭାଙ୍ଗିଲାଣି ତ ପୁଣି କେତେବେଳେ ଫସଲ ନଷ୍ଟ କଲାଣି। ହାତୀ ଆକ୍ରମଣରେ ଲୋକେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି। ଏବେ ହାତୀ ଘର ଭାଙ୍ଗି ଲୋକଙ୍କ ବଣ୍ଟନ ପାଇଁ ଗଛିତ ଥିବା ସରକାରୀ ଚାଉଳ ମଧ୍ୟ ଖାଇ ଯାଉଛନ୍ତି। ଏପରି ଏକ ଘଟଣା ଘଟିଛି କୋଇଡା ଫରେଷ୍ଟ ରେଞ୍ଜ ର ଜମୁଡ଼ିହି ଠାରେ। ଶୁକ୍ରବାର ରାତିରେ ହାତୀପଲ୍ଲ ଅଙ୍ଗନବାଡ଼ି ଘରର ଗେଟ ଏବଂ କବାଟ ଭାଙ୍ଗି ଚାଉଳ ଖାଇଯାଇଛନ୍ତି। ଏହି ଅଞ୍ଚଳରେ ବୁଲୁଥିବା ୧୦ ଟିକିଆ ହାତୀ ପଲ୍ଲ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ ପ୍ରତିକାର ଲାଗି ବନବିଭାଗ କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.