ରାଉରକେଲା : ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ମଉସା କୁ ହତ୍ୟା କଲା ପୁତୁରା।। ଅଭିଯୁକ୍ତ ଗିରଫ।

0 495

ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ପୁତୁରା ଶିଳିପୁଆ ରେ ଛେଚି ନିଜ ମଉସା କୁ ହତ୍ୟା କରିଛି। ପୋଲିସ ଅଭଯୁକ୍ତ ପୁତୁରା କୁ ଅଟକ ରଖି ପଚରା ଉଚୁରା କରୁଛି। ଘଟଣା ଘଟିଛି ସୁନ୍ଦର ଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ର ହାତୀଆଡା ଗ୍ରାମରେ । ଦୀର୍ଘ ଦିନ ହେଲା ଜମିବାଡ଼ି କୁ କେନ୍ଦ୍ର କରି ଦୁଇ ପରିବାର ରେ ବିବାଦ ରହିଥିଲା। ଗତ କାଲି ମଉସା ଜୁହୁରୁ ମାଝୀ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ପୁତୁରା ବିଜୟ ବାଗେ ତାଙ୍କୁ ଏକ ଶିଳିପୁଆ ରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।ହତ୍ୟା ପୂର୍ବରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ଜଣାପଡିଛି । ପୋଲିସ ଅଭିଯୁକ୍ତ ପୁତୁରା ବିଜୟକୁ ଗିରଫ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.